ମାର୍କେଟ କମ୍ପ୍ଲେକ୍ସ ରେ ବେଆଇନ୍ ନିର୍ମାଣ

ମାର୍କେଟ କମ୍ପ୍ଲେକ୍ସ ରେ ବେଆଇନ୍ ନିର୍ମାଣ
କୋଣାର୍କ – ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ପକ୍ଷରୁ କୋଣାର୍କ ଏନଏସିରେ ପ୍ଲଟିଂ ମାଧ୍ୟମରେ ଦିଆଯାଇଥିବା ପ୍ଲଟ ଗୁଡିକରେ ବେଆଇନ୍ ନିର୍ମାଣ ଦେଖିବାକୁ ମିଳୁଛି। ସରକାରଙ୍କ ଠାରୁ ଲିଜ ସୂତ୍ରରେ ନେଇଥିବା ଏହି ପ୍ଲଟ ଗୁଡ଼ିକୁ କିଛି ବ୍ୟକ୍ତି ଚଢ଼ା ଦରରେ ବିକ୍ରି କହୁଛନ୍ତି । ପରେ ପରେ ବେଆଇନ୍ ଭାବେ ରାତାରାତି କୋଠା ନିର୍ମାଣ ହେଉଛି। ସବୁ ଜାଣି ପିକେଡିଏ ଅଧିକାରୀ, କର୍ମଚାରୀ, ଏନଏସି ଅଧିକାରୀ ଓ ସ୍ଥାନୀୟ ତହସିଲ ପ୍ରଶାସନ ଚୁପ୍ ରହୁଛି। ମୋଟା ଅଙ୍କର ଉତ୍କୋଚ କାରବାର ହେତୁ କେହି କ୍ଷେତ୍ର କୁ ଆସୁ ନାହାନ୍ତି। ଦୈନିକ ବଢ଼ି ଚାଲିଛି ବେଆଇନ୍ ନିର୍ମାଣ। ଏନେଇ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *