ଶିକ୍ଷକ କ୍ଷେତ୍ରମୋହନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମାଟି ର ପୁଅ ପ୍ରତିଷ୍ଠିତ ଶିକ୍ଷକ ଶ୍ରୀ କ୍ଷେତ୍ର ମୋହନ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । ଗତ ୫ ସେପ୍ଟେମ୍ବରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ସମ୍ମାନ ଦିଆଗଲା ।ଶ୍ରୀ ନାୟକ ଦୀର୍ଘଦିନ ଧରି ଶିକ୍ଷା କ୍ଷେତ୍ରରେ ସେବା ଦେଇ ଆସୁଥିବା ସହିତ, ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ଅଗ୍ରଣୀ ଭୂମିକା ନେଇଛନ୍ତି । ସେଙ୍କର ପରିଶ୍ରମ, ସମର୍ପଣ ଓ ଶିକ୍ଷାରେ ନବୀନ ପଦକ୍ଷେପକୁ ମୁଲ୍ୟାୟନ କରି, ରାଜ୍ୟ ସରକାର ଏହି ସମ୍ମାନ ପ୍ରଦାନ କରିଛି ।ଏହି ସମ୍ମାନ ପାଇଥିବାରେ ଆନନ୍ଦପୁର ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଛି । ସ୍ଥାନୀୟ ଲୋକେ, ଅଭିଭାବକ ଓ ଛାତ୍ରଛାତ୍ରୀ ମିଳି ଶ୍ରୀ ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ଏବଂଜିଲ୍ଲା ଶିକ୍ଷା ଅଧିକାରୀ ,ପୂର୍ଣଚନ୍ଦ୍ର ବରିହା, ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ମାହାନ୍ତ, ଶିକ୍ଷକ ମୋହନ ମାଝି, ଗୋପୀନାଥ ମହାକୁଡ଼, ରଞ୍ଜିତା ପ୍ରଧାନ, ସାହିଦା ଖାତୁନ, କବିତା ପ୍ରଧାନ, ଲିପିପୁଷ୍ପା ନାୟକ, ହେମନ୍ତ ନାୟକ, ପୀତବାସ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।“ଏହା ମୋର ପୁରସ୍କାର ନୁହେଁ, ମୋର ଛାତ୍ରଛାତ୍ରୀ ଓ ସମସ୍ତ ସହକର୍ମୀଙ୍କ ପାଇଁ ଏକ ସମ୍ମାନ,” ବୋଲି ପୁରସ୍କାର ପ୍ରାପ୍ତ କ୍ଷେତ୍ର ମୋହନ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *