ରକ୍ତଦାନ କରି ଚର୍ଚ୍ଚା ରେ ଦୁଇ ଅଧ୍ୟାପକ

ରକ୍ତଦାନ କରି ଚର୍ଚ୍ଚା ରେ ଦୁଇ ଅଧ୍ୟାପକ

ଆଠମଲ୍ଲିକ, ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦର ଗ୍ରାମ ର କୈଳାଶ ପ୍ରଧାନ ଙ୍କ ଶରୀର ଅସୁସ୍ଥତା ଥିବା କାରଣ ରୁ ରକ୍ତ ର ଆବଶ୍ୟକତା ପଡିଥିଲା l ଏ+ ରକ୍ତ ଡାକ୍ତରଖାନା ରେ ଉପଲବ୍ଧ ନହେବାରୁ ଖବର ପାଇ ପଇଂଞ୍ଚ କୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଏଡ଼ା ର ଅଧ୍ୟାପକ ମନୋଜ ପ୍ରଧାନ ଓ ଆଠମଲ୍ଲିକ ମହାବିଦ୍ୟାଳୟ ର ଅଧ୍ୟାପକ ଯୋଗେଶ ଖିଲାର ଡାକ୍ତରଖାନା ରେ ପହଂଚି ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l ଅଧ୍ୟାପକ ଙ୍କ ରକ୍ତଦାନ ଭଳି ମହତ କାର୍ଯ୍ୟକୁ ଅଞ୍ଚଳ ରେ ଜନସାଧାରଣ ପ୍ରଶଂସା କରିଛନ୍ତି l ରକ୍ତଦାନ ସମୟ ରେ ସ୍ନିଗ୍ଧାରାଣୀ ସିଂ, ସ୍ବେଛାସେବୀ ସମ୍ବିତ କୁମାର ମିଶ୍ର ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *