ବେଟି ବଚାଓ ବେଟି ପାଢାଓ
ବେଟି ବଚାଓ ବେଟି ପାଢାଓ କୁ ଗୁରୁତ୍ୱ ଦେଇ ପାଳିତ ହେଲା ଗୁରୁ ଦିବସ ଓ ପୋଷଣ ସପ୍ତାହ l
ଫୁଲବାଣୀ-୦୫/୦୯ ପ୍ରତି ବର୍ଷ ସେପ୍ଟେମ୍ବର ମାସ ୦୫ ତାରିଖ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣ ଙ୍କ ଜନ୍ମ ଦିବସ କୁ ଗୁରୁ ଦିବସ ଭାବରେ ପାଳନ କରାଯାଇଥାଏ ଯାହା ଗୁରୁ ମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ କୁ ପ୍ରତିପାଦନ କରିଥାଏ ।ଏହି ପରିପ୍ରେକ୍ଷିରେ ବାଲନ୍ଦାପଡା ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ କନ୍ଧମାଳ ଙ୍କ ମିଳିତ ସହଯୋଗରେ ଗୁରୁ ଦିବସ ଓ ପୋଷଣ ସପ୍ତାହ ପାଳିତ ହୋଇଯାଇଛି l ଏହି ଦିବସ ପାଳନ ର ମୂଖ୍ୟ ଲକ୍ଷ୍ୟ ଥିଲା ଯେ ବାଲନ୍ଦାପଡାରେ ଚାଲିଥିବା ମା ଗୃହ ରେ ଜନ୍ମିତ ବାଳିକା ମାନଙ୍କର ସୁରକ୍ଷା ଓ ସେମାନଙ୍କ ର ଶିକ୍ଷା କ୍ଷେତ୍ରରେ ଉନ୍ନତି ଏବଂ ସେମାନଙ୍କର ଉଜ୍ୱଳ ଭବିଷ୍ୟତ ଗଠନ। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବାଲନ୍ଦାପଡା ସରପଂଚ ନିରାକାର ନାୟକ ଯୋଗଦେଇ ଗୁରୁଦିବସ ପାଳନ ର ମହତ୍ୱ ଯଥେଷ୍ଟ ଅଛି କାରଣ ମଣିଷ ର ପ୍ରଥମ ଗୁରୁ ହେଉଛନ୍ତି ମା l ତେଣୁ ଜଣେ ମହିଳା ଯଦି ଗୁରୁ ତେବେ ଘରେ ପ୍ରଥମେ ଝିଅ ମାନଙ୍କୁ ପୁଅ ମାନଙ୍କ ଭଳି ସବୁ କ୍ଷେତ୍ରରେ ସୁଯୋଗ ଦେବା ଏବଂ ଆଗକୁ ବଢିବାରେ ଝିଅ ମାନଙ୍କୁ ସହଯୋଗ କରିବା ଉଚିତ୍ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ l ଏଥି ସହିତ ବାଲନ୍ଦାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ଦେବିପ୍ରସାଦ ସାମଲ ତାଙ୍କ ବକ୍ତବ୍ୟରେ ସମସ୍ତ ଙ୍କ ଜିବନରେ ଆଗକୁ ବଢିବାରେ ଗୁରୁ ମାନଙ୍କ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା ବେଳେ ମହିଳା ମାନଙ୍କୁ ସମ୍ମାନ ଦେଇ ଏକ ଶୃଙ୍ଖଳିତ ସମାଜ ଗଢିବାକୁ ଆହ୍ୱାନ ଦେଇଥିଲେ l ମନୁଷ୍ୟ ପାଇଁ ପୋଷଣ ତତ୍ୱ ର ଆବଶ୍ୟକତା ବିଷୟରେ ବୁଝାଇବା ସହିତ ଗର୍ଭବତୀ ଓ ପ୍ରଷୁତି ମାନଙ୍କ ପାଇଁ ପୋଷଣ ଯୁକ୍ତ ଖାଦ୍ୟ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ l ତତ୍ସହିତ ଲୁହିସଂ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା ଓ ବାଲନ୍ଦାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିନିସିପାଲ ଦିପ୍ତିରଞନ ନନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁଦିବସ ପାଳନ ର ଗୁରୁତ୍ୱ ଉପସ୍ଥାପନା କରିବା ସହିତ ବିଦ୍ୟାଳୟରେ କିପରି ବାଳିକା ମାନେ ସୁରକ୍ଷିତ ଭାବରେ ଅଧ୍ୟୟନ କରିପାରିବେ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ପାଇଁ ଆହ୍ୱାନ ଦେଇଥିଲେ l ଆନୁଷ୍ଠାନର ବରିଷ୍ଠ କର୍ମୀ ପ୍ରଦିପ କୁମାର ସ୍ୱାଇଁ ବେଟି ବଚାଓ ବେଟି ପଢାଓ କୁ ଗୁରୁତ୍ୱ ଦେଇ ନିଜ ଘରେ ପୁଅ ଝିଅ ମଧ୍ୟରେ ଥିବା ପାତର ଅନ୍ତରୁ ଦୁର କରି ସମାନତା ଆଣି ପାରିଲେ ସମାଜରେ ମହିଳା ମାନେ ସୁରକ୍ଷିତ ହୋଇପାରିବେ ବୋଲି କହିଥିଲେ l ବରିଷ୍ଠ କର୍ମୀ ବିଶ୍ୱରଞନ କର ପରିଚାଳନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରେ ବେଟି ବଚାଓ ବେଟି ପଢାଓ ନାରା କୁ ପହଂଚାଇବା ନିମନ୍ତେ ଏକ ସଚେତନାତା ରଥ ଅତିଥି ମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା l ଏହି କାକାର୍ଯ୍ୟକ୍ରମକୁ ଅନୁଷ୍ଠାନ ତରଫରୁ ପୁଷ୍ପିତା ସାହୁ, ନିରୁପମା କହଁର, ସିବାନି ଜାନି, ମାଣିକ ବେହେରା ଓ ମାନସ ରଞନ ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l
