ରଘୁନାଥପୁର ବ୍ଲକ କଂଗ୍ରେସ ର ଜିଲ୍ଲା ସଭାପତି ଚୟନ ସମୀକ୍ଷା ବୈଠକ।
ରଘୁନାଥପୁର ତା ୫/୯/୨୫/ରିଖ;:-ସାରାଭାରତ ରେ କଂଗ୍ରେସ ପକ୍ଷରୁ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ସାଂଗଠନିକ ଚୟନ ସମିକ୍ଷା ପକ୍ରିୟା ଆରମ୍ଭ ପରିପେକ୍ଷିରେ ଶୁକ୍ରବାର ରଘୁନାଥପୁର ବ୍ଲକ ତାରପୁର ବଜାରଠାରେ ଥିବା କବିତା ମଣ୍ଡପପରିଷରରେ ସାଂଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଏଆଇସିସିର ପର୍ଯ୍ୟବେକ୍ଷ ଭାବେ ମୋହନ ଲାଲ ଲିଜୁ ଯୋଗଦେଇ ଏହି ବ୍ଲକର ୧୯ ଗୋଟି ପଞ୍ଚାୟତ ର କଂଗ୍ରେସ କର୍ମୀ ମାନଙ୍କ ସହ ଜିଲ୍ଲା ସଭାପତି ଚୟନର ସମୀକ୍ଷା କରିଥିଲେ।
ଏଥିରେ ପିସିସି ପର୍ଯ୍ୟବେକ୍ଷ ରାଜକିଶୋର ବାରିକ (ରାଷ୍ଟ୍ରୀୟ ସଂଯୋକ) କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ,ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ଉପସଭାପତି ସର୍ବେଶ୍ୱର ପଣ୍ଡା, ପିସିସି ସଦସ୍ୟ ଦେବପ୍ରସାଦ ନାୟକ,ପିସିସି ସଦସ୍ୟ ରଜନୀ କାନ୍ତ ସାମଲ, କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ମଲ୍ଲିକ,ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା,ପ୍ରତ୍ୟୁଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।
