ଶରଣକୁଳ ଏନଏସି ଗଠନ ପାଇଁ ପୁଣି ଥରେ ଅଣଦେଖା ପାଇଁ ଜୋରଦାର ଆନ୍ଦୋଳନ

ଓଡ଼ଗାଁ-ତା ୫-୯-୨୫ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଳକ ଶରଣକୁଳ ର ଏନଏସି ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସୀମାରେଖା, ଲୋକସଂଖ୍ୟା ଓ ବିଧିବିଧାନ ଥିବାବେଳେ ଏବଂ ନୟାଗଡ଼ ପ୍ରଶାସନ ତରଫରୁ ଆନୁଷଙ୍ଗିକ ନଥିପତ୍ର ପ୍ରଦାନ ସତ୍ତ୍ୱେ ଓଡିଶା ସରକାର ନୂଆ ଏନଏସି ଘୋଷଣା କରିଥିଲେ ମଧ୍ୟ ଶରଣକୁଳ ର ନାମ ନ ଥିବାରୁ ଘୋର ଜନ ଅସନ୍ତୋଷ ଦେଖାଦେବା ସହିତ ଦୁର୍ବାର ଆନ୍ଦୋଳନ କୁ ଜୋରଦାର କରାଯାଇଛି ।ଶରଣକୁଳ ରାଜ୍ୟର ଏକ ପ୍ରସିଦ୍ଧ ଶୈବପୀଠ ସହିତ ଏନଏସି ମାନ୍ୟତା ପାଇଁ ଯୋଗ୍ୟତା ଥିଲେ ମଧ୍ୟ ଅଣଦେଖା କରଯାଇଛି ।ପୂର୍ବ ସରକାର ସମୟରେ ସରଣକୁଳ କୁ ଏନଏସି ଘୋଷଣା କରାଯାଇଥିବା ସତ୍ତ୍ୱେ ଏବର ସରକାରଙ୍କ ଅବହେଳା ଲୋକଙ୍କ ମନରେ ଘୋର ଆଘାତ ଦେଇଛି ।ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ପୂର୍ବରୁ ଘୋଷିତ ଏନଏସି କୁ କିପରି ଭାବରେ ତାଲିକାରୁ ବାଦ ଦିଆଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନକୁ ନାର୍ଯ୍ୟ ଦାବିକୁ ଲିଖିତ ଜଣାଇ ଦିଆଯାଇଛି ।ଯଦି ଶୀଘ୍ର ଏହାକୁ ବିଚାରକୁ ନେଇ ପୂର୍ବ ଘୋଷିତ ଶରଣକୁଳକୁ ଏନଏସି ମାନ୍ୟତା ଦିଆନଯାଏ ତେବେ ସମସ୍ତ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନକୁ ଜୋରଦାର କରିବାର ସ୍ଥିର କରାଯାଇଥିବା ସ୍ଥାନୀୟ ନେତୃମଣ୍ଡଳୀ କୃଷ୍ଣଚନ୍ଦ୍ର ମହାପାତ୍ର,ରାଜନ ମହାପାତ୍ର,କୁମାର ଡାକୁଆ, ବନମାଳୀ ଦାଶ ପ୍ରଭୁତି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *