ମା ସନ୍ତୋଷୀ କଳା ପ୍ରତିଷ୍ଠାନ ପକ୍ଷରୁ ନୂଆଁ ଖାଇ ଭେଟ ଘାଟ ଅନୁଷ୍ଠିତ
ରାୟଗଡା ୬–୯-୨୫ରାୟଗଡା ବ୍ଳକ ଅନ୍ତର୍ଗତ ଜେ କେ ପୁର ସନ୍ନିକଟ ଗେଟିପଡା ଗ୍ରାମସ୍ଥିତ ମା ସନ୍ତୋଷୀ କଳା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଆ ଭାଷା ସାହିତ୍ୟ ଓ କଳା ସଂସ୍କୃତି ବିଭାଗ, ଓଡ଼ିଶାଙ୍କ ସହଯୋଗରେ ନୂଆଁ ଖାଇ ଭେଟ ଘାଟ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଲୋକ ସମ୍ପର୍କ ଉପ ଯୁଗ୍ମ ନିର୍ଦ୍ଦେଶକ ତଥା ରାୟଗଡା ଜିଲ୍ଲା ଲୋକ ସମ୍ପର୍କ ସୂଚନା ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ଶିବ ନାରାୟଣ ଗୌଡ, ବିଜେପି ଜିଲ୍ଲା ସଭାପତିଙ୍କ ପ୍ରତିନିଧି ଶ୍ରୀ ତରୁଣ ଗରଡିଆ, ଶ୍ରୀ ହଳଧର ମିଶ୍ର ଯୋଗ ଦେଇଥିଲେ । କଳା ପ୍ରତିଷ୍ଠାନର ସଭାପତି ଶ୍ରୀ ସନ୍ତୋଷ କୁମାର ତାଣ୍ଡି ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ କୁନାଲ ଭୋଇ, ପ୍ରକାଶ ସୁନା,ମହେନ୍ଦ୍ର ସାଗର, ମାଧୁରୀ ସାଗର କୋପାଳକୃଷ୍ଣ ସାଗର, ଶିବ ସାହୁ, ଅର୍ଜୁନ ତାଣ୍ଡି, କରୁଣାକର ଲୁହା, ଶ୍ରୀପତି ତାଣ୍ଡି, ସହଦେଵ ତାଣ୍ଡି ଦୁର୍ଯ୍ୟୋଧନ ନାୟକ, ମହେନ୍ଦ୍ର ବାଗ ପ୍ରମୁଖ ମଞ୍ଚାସିନ ଥିଲେ । ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ଗାୟକ କୁନ୍ଦନ ଛୁରିଆ ଓ ତାଙ୍କ ସହ କଳାକାର ମାନଙ୍କ ଗୀତରେ ଦର୍ଶକମାନେ ଝୁମିଥିଲେ । ଦର୍ଶକମାନଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଚାନ୍ଦିଲି ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ଉତ୍ତମ କୁମାର ସାହୁ ସୁରକ୍ଷା ବାହିନୀକୁ ନିୟୋଜିତ କରିଥିଲେ ।
