ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
କିଶୋରନଗର ବ୍ଲକ ଅନ୍ତର୍ଗତ କଣ୍ଟେକୁଳିଆ କ୍ଲଷ୍ଟର ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଞ୍ଚଗଡ଼ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |କ୍ଲଷ୍ଟର ର ସି. ଆର. ସି. ସି ରାଜୀବ ନାଏକଙ୍କ ତତ୍ତ୍ୱାବଧାନ ରେ ସଭାପତି ଗୋପୀନାଥ ପ୍ରଧାନଙ୍କ ସଭାପତିତ୍ବରେ ଅବସର ଗ୍ରହଣ କରଥିବା ଶିକ୍ଷକ /ଶିକ୍ଷୟିତ୍ରୀ ଶ୍ରୀମତୀ ସାରଦା ଦେହୁରୀ, ବସନ୍ତ କୁମାର ପ୍ରଧାନ, ଜ୍ୟୋତ୍ସ୍ନାମୟୀ ପତି ଓ ବିକ୍ରମ ନାଏକଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା|

ଏହି ଅବସରରେ କ୍ଲଷ୍ଟରର ପ୍ରାୟ ପଚିଶି ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରଥିବା ବେଳେ ଶ୍ରୀନିବାସ ନାୟକ, ସର୍ବେଶ୍ୱର ପ୍ରଧାନ ସ୍ନେହଲତା ମାଝୀ, ଅର୍ଜୁନ ଦେହୁରୀ ଘାସିଆଣୀ ଦେଇ ପ୍ରମୁଖ ସହଯୋଗ କରିଥିଲେ |ଧିରେନ କୁମାର ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ କିଶୋରଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
