ସମୁଦ୍ର କୂଳରୁ ଅଚିହ୍ନା ଗଲିତ ଶବ ଉଦ୍ଧାର।

କୋଣାର୍କ :-କୋଣାର୍କ -ପୁରୀ ବେଳାମାର୍ଗର କୂଶଭଦ୍ରା ନଦୀ ଲିଆଖିଆ ବ୍ରିଜ ସମ୍ମୁଖ ସମୁଦ୍ର କୂଳରୁ ଗଳିତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନାରୁ ଜଣାପଡେକି ଶୁକ୍ରବାର ଅପରାହ୍ନରେ ଲିଆଖିୟା ବ୍ରିଜ ସନ୍ନିକଟ ସମୁଦ୍ର କୂଳରେ ଏକ ଶବ ପଡ଼ିଥିବା ଖବର ପାଇ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଘଟଣା ସ୍ଥଳକୁ ଯାଇ ମୃତ ଶରୀରକୁ ଜବତ କରିଥିଲା। ଶବଟି ଜଣେ ପୁରୁଷ ଲୋକର ହୋଇଥିବାବେଳେ ମୁଣ୍ଡଟି କଙ୍କାଳ ହୋଇଯାଇଥିବା ବେଳେ ବ୍ଲୁ ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଆସ୍ତେ ଆସ୍ତେ ଏହା କଙ୍କାଳରେ ପରିଣତ ହେବାକୁ ବସିଥିବା ବେଳେ ଏହା ୭/୮ଦିନ ପୂର୍ବର ମୃତ ଦେହ ବୋଲି ଅନୁମାନ କରା ଯାଉଛି।ଏବେ ବି ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ଜାଣିବା ପାଇଁ ଘଟଣା ସ୍ଥଳରେ ପୁରୀ ସାଇଣ୍ଟିଫିକି ଟିମ ପହଞ୍ଚି ତଦନ୍ତ କରୁଅଛି।ଗଳିତ ଶବକୁ ସାମୁଦ୍ରିକ ଥାନା ଜବତ କରି ୬/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୁରୀ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।ଘଟଣା ର ସତ୍ୟାସତ୍ୟ କୁ ନେଇ ଶବ ଟି କାହାର କେଁଉଠୁ ଆସିଲା, ହତ୍ୟା ନାଁ ଆତ୍ମହତ୍ୟା ବିଭିନ୍ନ ଦିଗକୁ ନେଇ  ପୋଲିସ ତଦନ୍ତ ଚଳାଇଥିବା ବେଳେ ସାମୁଦ୍ରିକ ଥାନା ଅଧିକାରୀ ଓ ଜଣେ ସବ ଇନସ୍ପେକ୍ଟଟର ଓ ଦୁଇଜଣ କନେଷ୍ଟବଳ ସମେତ ଦୁଇଜଣ ସାଇଣ୍ଟିଫିକ ଟିମର ଅଫିସର ଉପସ୍ଥିତ ଥିଲେ। ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। 

Leave a Reply

Your email address will not be published. Required fields are marked *