ଜଗତସିଂହପୁର ଏସ ଭି ଏମ କଲେଜରେ ଓ ଏସ ଓ ୟୁ ପରୀକ୍ଷା ଚାଲୁଥୁବା ବେଳେ ପରିକ୍ଷାରେ ଅନିୟମିତତା ଅଭିଯୋଗ
*ଜଗତସିଂହପୁର ଏସ ଭି ଏମ କଲେଜରେ ଓ ଏସ ଓ ୟୁ ପରୀକ୍ଷା ଚାଲୁଥୁବା ବେଳେ ପରିକ୍ଷାରେ ଅନିୟମିତତା ଅଭିଯୋଗ ।
*ପରୀକ୍ଷା ନିରୀକ୍ଷକଙ୍କୁ କାରଣ ଦର୍ଶଆ ନୋଟିସ ଜାରିକଲେ ଅଧ୍ୟକ୍ଷା
*ଅଧ୍ୟକ୍ଷାଙ୍କ ଅଜ୍ଞାତସାର ରେ ପରୀକ୍ଷା ହେଉଥିଲାଆଙ୍କର- ଜଗତସିଂହପୁର ସ୍ଥିତ SVM କଲେଜରେ OSOU ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ର ବିଭିନ୍ନ ବିଷୟରେ ପରୀକ୍ଷା ଗତ ଚାରି ତାରିଖରୁ ଆରମ୍ଭ ହୋଇଛି । ତେବେ 4 ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି 6 ତାରିଖରେ ଦ୍ଵିତୀୟ ପରୀକ୍ଷା ଥିଲା । ତେବେ ଏନେଇ କଲେଜର୍ ଅଧ୍ୟକ୍ଷା ଙ୍କ ଆଜ୍ଞାତସାର ରେ ପରୀକ୍ଷା ହେଉଥିବା ନେଇ ଅଭିଯୋଗ କରାଯିବା ପରେ ଅଧ୍ୟକ୍ଷା ପରୀକ୍ଷା ନିୟନ୍ତ୍ରକ ଙ୍କୁ ସୋ କଜ ନୋଟିସ ମାଗିଛନ୍ତି । ତେବେ କାହିଁକି କଲେଜର ଅଧ୍ୟକ୍ଷା କୁ ପରୀକ୍ଷା ବାବଦରେ ଜଣା ଯାଇ ନ ଥିଲା ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଏବଂ 4 ତାରିଖରେ ଗୋଟିଏ ରୁମ ରେ ପରୀକ୍ଷା କରାଯାଇ ଥିବା ବେଳେ ଆଜି କାହିଁକି ଅନ୍ୟ ଏକ ରୁମରେ ପରୀକ୍ଷା କରାଗଲା ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ତେବେ ମୋଟ 45 ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରେ ଆସନ୍ତୋଷ ପ୍ରକାଶ ପାଇଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପରୀକ୍ଷା ପରିଚାଳନା ଦାୟିତ୍ବ ରେ ଥିବା ଅଧ୍ୟାପକ ଅଶୀତ କୁମାର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଓ ଓ ଏସ ଓ ୟୁ ର ଉପ କୁଳପତି ଙ୍କୁ ଜଣାଇଥିବା ମହାବିଦ୍ୟାଳୟ ର୍ ଅଧ୍ୟକ୍ଷା କହିଛନ୍ତି ।
