ସରପଞ୍ଚ ହେବତ ଏମିତି
ସରପଞ୍ଚ ହେବତ ଏମିତି।
ପ୍ରଧାନ ଶିକ୍ଷକ ଙ୍କ ଦୁର୍ନୀତି ର ପୋଲ ଖୋଲିଲେ ସରପଞ୍ଚ।
ମୁନି ଶାରଳା ସ୍କୁଲ କୁ ବଦଳିଲେ ପ୍ରଧାନ ଶିକ୍ଷକ।
ଦୁର୍ନୀତି ଖୋର ଶିକ୍ଷକ ଙ୍କ ମହଲରେ ହଇଚଇ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ନାୟକ ଦୀର୍ଘ ତିନିବର୍ଷ ଧରି ପୁରାତନ ବିଦ୍ୟାଳୟ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ତିରଣ ରେ ହେଉଥିବା ବ୍ୟାପକ ଅନିୟମିତତା ନେଇ ଅଭିଯୋଗ କରିଥିଲେ। ଆଜି ତାର ଅନ୍ତ ଘଟିଛି। ଅଭିଯୋଗ ମୁତାବକ ପୋକା ଚାଉଳରେ ମଧ୍ୟାହ୍ନ ଭୋଜନ ପିଲାମାନଙ୍କୁ ଦିଆଯାଉଥିବା ବେଳେ ଦୀର୍ଘ ୨୩ ବର୍ଷଧରି ପ୍ରଧାନ ଶିକ୍ଷକ ଅଭାବ ଭଳି ଅନେକ ସମସ୍ୟାକୁ ନେଇ ଜିଲ୍ଲାପାଳ,ବିଇଓ, ଡିଇଓ ଙ୍କ ସହିତ ସମସ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ବିଦ୍ୟାଳୟ ସମ୍ମୁଖରେ ମଧ୍ୟ ସରପଞ୍ଚ ଧାରଣାରେ ବସିଥିଲେ।
ଶେଷରେ ତିର୍ତ୍ତୋଲ ବ୍ଲକ ରେ ଗତ ମାସରେ ହେଉଥିବା ଜନଶୁଣାଣୀ ରେ ନିଜର ଅଭିଯୋଗ କୁ ଉପ ଜ଼ିଲ୍ଲାପାଳ ଙ୍କ ଆଗରେ ପ୍ରକାଶ କରି କହିଥିଲେ ଯେ ଏହି ଘଟଣାକୁ ନେଇ ମୋ ମାନସିକ ଠିକ ରହୁନି ଯଦି ତିନିଦିନ ଭିତରେ ଏହାର ସମଧାନ ନହୁଏ ତେବେ ମୁଁ କିଛି ବି କରିପାରେ ଏମିତି ବ୍ଲକ ସମ୍ମୁଖରେ କିରୋସିନି ଢାଳି ଆତ୍ମହୁତି କରିବେ ବୋଲି ସରପଞ୍ଚ କରିଥିଲେ।ନିଜ ସ୍କୁଲ ପାଇଁ ଦୀର୍ଘ ତିନି ବର୍ଷ ସେ ଯେଉଁ ସଂଘର୍ଷ କରିଥିଲେ ତାର ଅନ୍ତ ଘଟିଛି। ଶେଷରେ ଦାୟିତ୍ୱରେ ଥିବା ଦୁର୍ନୀତି ଖୋର ପ୍ରଧାନ ଶିକ୍ଷକ ଗଗନ କୁମାର ସାହୁ ଙ୍କୁ ଚିଠି ନଂ ୭୩୧୫ ଓ ମେମୋ ନଂ ୭୩୧୬ ଗତ ୩/୯/୨୫ ରେ ଗରାମ ପଞ୍ଚାୟତ ଅଇରି ଗ୍ରାମର ମୁନି ଶାରଳା ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ବଦଳି କରାଯାଇଛି। ଏହାପରେ ସରପଞ୍ଚ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଏମିତି ଦୁର୍ନୀତି ଖୋର କରୁଥିବା ଶିକ୍ଷକ ମାନଙ୍କୁ ଜମା ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି।
