ସହକାରୀ ଶିକ୍ଷୟିତ୍ରୀ ସରୋଜିନୀ ଜେନା ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ସହକାରୀ ଶିକ୍ଷୟିତ୍ରୀ ସରୋଜିନୀ ଜେନା ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।
ଧର୍ମଶାଳା – ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଞ୍ଚସଖା ଶିକ୍ଷାସେତୁ ସଙ୍ଗଠନ ପକ୍ଷରୁ ପବିତ୍ର ଗୁରୁଦିବସ ଅବସରରେ ଯାଜପୁର ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ସମଗ୍ର ରାଜ୍ୟରେ ଯୋଗ୍ୟ ବିବେଚିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ଧର୍ମଶାଳା ଶିକ୍ଷା ମଣ୍ଡଳ ଅଧିନ କଦମପାଳ ସ୍ଥିତ କଦମପାଳ ୟୁ. ଜି.ଏମ୍.ଇ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସରୋଜିନୀ ଜେନାଙ୍କୁ ୨୦୨୪-୨୫ ପାଇଁ ପ୍ରାଥମିକ ଶିକ୍ଷକ ପୁରସ୍କାର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଚଳିତ ମାସ ୫ ତାରିଖ ପବିତ୍ର ଗୁରୁଦିବସ ଅବସରରେ ଯାଜପୁର ସ୍ଥିତ ଗୌତମବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଛି। ଫଳରେ ସମଗ୍ର ଧର୍ମଶାଳା ବ୍ଲକ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଶ୍ରୀମତୀ ଜେନା ଜଣେ କର୍ତ୍ତବ୍ୟ ନିଷ୍ଠା, ଛାତ୍ରବତ୍ସଳା ଓ ଅଭିଜ୍ଞl ଶିକ୍ଷୟିତ୍ରୀ ଭାବରେ ସମଗ୍ର ଯାଜପୁର ଜିଲ୍ଲାରେ ପରିଚିତ। ତାଙ୍କର ଏହି ହୃଦୟସ୍ପର୍ଶୀ ଓ ମନୋଲୋଭା ସଫଳତା ପାଇଁ ତାଙ୍କୁଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଵିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଧର୍ମାନନ୍ଦ ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଛାତ୍ର ଛାତ୍ରୀ , ପରିଚାଳନା କମିଟି ସଦସ୍ୟ ସଦସ୍ୟା,ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ତାଙ୍କର ଏହି ସଫଳତା ପାଇଁ ଧର୍ମଶାଳାର କୋଣ ଅନୁକୋଣରୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତ୍ତା ଛୁଟିବାରେ ଲାଗିଛି।

Leave a Reply

Your email address will not be published. Required fields are marked *