ଚକ୍ରତୀର୍ଥ ଚାରଣ ଶାଖାର ଭାଗବତ ଜନ୍ମ ଉତ୍ସବ

ଜୟ ଶ୍ରୀ ଜଗନ୍ନାଥ ଚକ୍ରତୀର୍ଥ ଚାରଣ ଶାଖାର ଭାଗବତ ଜନ୍ମ ଉତ୍ସବ ଡେଲଟା କଲୋନୀ ମା ମଙ୍ଗଳା ମନ୍ଦିର ରେ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଚାରଣ ଶାଖାର ସମସ୍ତ ମା ଓ ଭାଇ ମାନେ ଯୋଗ ଦେଇ ଥିଲେ l ଉକ୍ତ ସତସଙ୍ଗ ରେ ବିଷ୍ଣୁ ସହସ୍ର ନାମ, ପଞ୍ଚଦଶ ଅଧ୍ୟାୟ ଗୀତା ର ସଂପୁଟ ଆହୁତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ରାଧାକାନ୍ତ ଶତପଥୀ ପୌରୋହିତ ଓ ସୁଦିପ୍ତ କୁମାର ସାହୁ କର୍ତ୍ତା ଭାବରେ ସମସ୍ତ ପୂଜା କାର୍ଯ୍ୟ କରିଥଲେ l ଏହି ଭାଗବତ ଜନ୍ମ ଉତ୍ସବ ରେ ୫୦ ରୁ ୭୦ ଜଣ ମା ଓ ଭାଇ ମାନେ ସେମାନଙ୍କର ନିଜ ନିଜ ର ଶ୍ରୀ ମଦ ଭାଗବତ ଗ୍ରନ୍ଥ ଏକତ୍ର ସାମୁହିକ ପୂଜା କରିଥଲେ ଓ ପ୍ରତିଦିନ ଭାଗବତ ପାଠ ପାଇଁ ସଂକଳ୍ପ କରିଥଲେ l ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ପ୍ୟାରୀ ମୋହନ ପଟନାୟକ ମହୋଦୟ ଭାଗବତ ର ଶ୍ରବଣ ଓ ବକ୍ତବ୍ୟ ର ଶାସ୍ତ୍ରୀୟ ନିୟମ ମାନ ତାଙ୍କ ବକ୍ତବ୍ୟରେ ଉପସ୍ଥାପନ କରି ଥିଲେ l ଚାରଣ ନିହାର ରଞ୍ଜନ ଦାସ ଭାଗବତ ପାଠ ର ସାମାଜିକ ଆଚରଣ ସମ୍ବନ୍ଧରେ ଓ ପ୍ରତ୍ୟେକ ମଣିଷ ପ୍ରତିଦିନ ପାଠ କରିବା ଦ୍ୱାରା ସମସ୍ତେ ଭଲ ମଣିଷ ହୋଇପାରିବେ ଯାହାର ପରିଣାମରେ ସୁସ୍ଥ ସମାଜ ଗଠନ ହୋଇପାରିବ ତାଙ୍କ ବକ୍ତବ୍ୟରେ କହିଥଲେ l ଅଧ୍ୟାପିକା ରାଜଶ୍ରୀ ଦଳାଇ ଭାଗବତ ଜନ୍ମ ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ଶ୍ରୀ ମଦ ଭାଗବତଙ୍କର ନିତ୍ୟ ପାଠ କରିବା ପାଇଁ ସମସ୍ତଙ୍କୁ ସଙ୍କଳ୍ପ କରାଇଥିଲେ l ଚାରଣ ଗୋଷ୍ଠୀର ଦଳପତି ବ୍ରହ୍ମାନନ୍ଦ ସ୍ୱାଇଁ, ଜିଲ୍ଲା ସଂଗଠକ ଲକ୍ଷ୍ମୀଧର ପ୍ରଧାନ, ମଣ୍ଡଳ ସଂଗଠକ ରବୀନ୍ଦ୍ର କୁମାର ପ୍ରଧାନ, କାର୍ଯ୍ୟଗ୍ରାହି ଶ୍ରୀ ନାଥ ପଟ୍ଟନାୟକ, ପ୍ରିୟବ୍ରତ ଦାସ (ରୀକି), ବଟକୃଷ୍ଣ ସାହୁ, ବରିଷ୍ଠ ସଦସ୍ୟ ଫକୀର ଗୋଛୟତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ l ଚାରଣ ମା ମାନେ ଝୋଟି ପକାଇବା ସାଜ ସଜା କରିବା ପୁଷ୍ପ ମାଲ୍ୟ ପ୍ରସ୍ତୁତ କରିବା କାର୍ଯ୍ୟ ସୁନ୍ଦର ଭାବରେ କରି ପୂଜା କାର୍ଯ୍ୟ ରେ ସହଯୋଗ କରି ଥିଲେ l

Leave a Reply

Your email address will not be published. Required fields are marked *