ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା

ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ବୃକ୍ଷ ରୋପଣ ଓ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା।

ଗଣିଆ – ଗଣିଆରେ ଥିବା ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଶିବିର ଯୋଜନାରେ ସ୍ବତନ୍ତ୍ର ବୃକ୍ଷ ରୋପଣ ଶିବିର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ମା ପାଇଁ ଗଛଟିଏ ଯୋଜନାରେ ସ୍ଥାନୀୟ ବାଦ ଭୂଇଁ ଠାରେ ୨୫୦ରୁ ଅଧିକ ବୃକ୍ଷ ରୋପଣ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ସମ୍ମୁଖରେ ସଡକ ସୁରକ୍ଷା ପାଇଁ ଜାତୀୟ ସେବା ଶିବିର ତରଫରୁ ଏକ ସ୍ପିଡ୍ ବ୍ରେକର ଲଗାଯାଇଥିଲା । ଛାତ୍ର ଛାତ୍ରୀ ମାନେ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ହେଲମେଟ ପିନ୍ଧିବାକୁ ପ୍ରବର୍ତାଇଥିଲେ । ହେଲମେଟ ପିନ୍ଧି ଯାତାୟାତ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଚକୋଲେଟ ଦେଇ ତାଳି ମାରି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଣିଆ ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ଦେବାଶିଷ ସେଠୀ, କନେଷ୍ଟବଳ ଭାସ୍କର ପ୍ରଧାନ, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ଶର୍ମିଳା ଦାଶ,ଅଧ୍ୟାପକ ଭଗବାନ ପୃଷ୍ଟି, କର୍ମଚାରୀ ଅଭିଷେକ ଦାଶ,ଅମିତା ମାହୁନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *