ସୋରଡ଼ା ବ୍ଲକ ଗୋଛା ପଂଚାୟତ ରେ ଜନ ଶୁଣାଣି
ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଭାବେ ଶ୍ରୀ କୀର୍ତ୍ତି ଭାସନ ଭି ଦାୟିତ୍ୱ ନେବା ପରେ ପ୍ରଶାସନ କୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବା ସହ ଜନସାଧାରଣଙ୍କ ଅଭିଯୋଗ, ପ୍ରସ୍ତାବ ଓ ସମସ୍ୟାଗୁଡ଼ିକ ର ଶୀଘ୍ର ସମାଧାନ ପାଇଁ, ଅଗଷ୍ଟ ଠାରୁ ଡିସେମ୍ବର ପର୍ଯ୍ୟନ୍ତ ବିଭିନ୍ନ ବ୍ଲକରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଅଭିଯୋଗ ଶୁଣାଣୀ ଆୟୋଜନ କରିବା ସହ ଗଞ୍ଜାମ ଜିଲ୍ଲା ର ପ୍ରତ୍ୟେକ ପଞ୍ଚାୟତ ସମିତି ର ପ୍ରତି ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କର୍ମଶାଳା ଆୟୋଜନ କରିବା ପାଇଁ ନିର୍ଦେଶ ଦେଇଛନ୍ତି |ଏହି ପରିପେକ୍ଷୀରେ ଆଜି ତୃତୀୟ ପର୍ଯ୍ୟାୟ ରେ ସୋରଡ଼ା ବ୍ଳକ ଗୋଚ୍ଛା ରେ ଆଜି ପଞ୍ଚାୟତ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି କର୍ମଶାଳା ଆୟୋଜନ କରାଯାଇଥିଲା |

ଏହି କର୍ମଶାଳା ରେ ଏହି ପଞ୍ଚାୟତ ଲୋକଙ୍କଦ୍ୱାରା ବିଭିନ୍ନ ଅଭିଯୋଗ ଆସିଥିବା ବେଳେ କର୍ମଶାଳା ରେ ହିଁ ବହୁତ୍ ସମାଧାନ କରାଇଯାଇଛି ଏହି ମଧ୍ୟରୁ PMAY, ରାସନ କାର୍ଡ , ବାର୍ଦ୍ଧକ୍ୟ ଭତ୍ତା , ଘର ବାରି ପଟ୍ଟା , ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଓ ଅନ୍ୟାନ୍ୟ ଅଭିଯୋଗ ବିଚାର ଧୀନ ରହିଛି | ଏହି ଶିବର ରେ ସୋରଡ଼ା ଥାନାଧିକାରୀ ସୁନୀଲ କୁମାର ପ୍ରଧାନ,ସୋରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର,ସରପଞ୍ଚ ତ୍ରିଲୋଚନ ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଂଜୀବ ରାଜ ସେନାପତି, ସହକାରୀ ନିର୍ବାହୀ ଯନ୍ତ୍ରୀ କେ ସନ୍ତୋଷ କୁମାର ପାତ୍ର,ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅଜିତ ବେହେରା, ଏଡ଼ିଓ ବିଫଟି ଆଦି ସମେତ ସମସ୍ତ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ |
