ଖୁବଶୀଘ୍ର ଦଳ ଛାଡିବେ ତିର୍ତ୍ତୋଲ ବ୍ଳକ ଯୁବ ବିଜେଡି ସଭାପତି ।

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ରାଜନୀତି ଘଣ୍ଟାକେ ଘୋଡା ଛୁଟିଛି । ଆଜି ଯିଏ ଥିଲା ନିଜର କାଲି ହେଉଛି ପର । ସେହିପରି ତିର୍ତ୍ତୋଲ ବ୍ଳକ ଯୁବ ବିଜେଡି ସଭାପତି ସୁଜିତ ମହାନ୍ତି ଖୁବଶୀଘ୍ର ଦଳ ଛାଡିବାକୁ ଯାଉଛନ୍ତି । ବିଗତ ଦିନରେ ତିର୍ତ୍ତୋଲ ବ୍ଳକ ଯୁବ ବିଜେଡି ର ମଙ୍ଗ ଧରିଥିବା ଓ ତିର୍ତ୍ତୋଲ ର ପୁର୍ବତନ ବିଧାୟକ ଙ୍କ ଖାସ ସହଯୋଗୀ ଥିବା ସୁଜୀତ ଙ୍କୁ ନବ ନିର୍ବାଚିତ ବିଧାୟକ ଅଣଦେଖା କରିବାକୁ ନେଇ ଏହି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା କୁ ଖୋରାକ ଯୋଗାଉଥିବା ବେଳେ, ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କ ସହିତ ଭିତିରି ଯୋଗାଯୋଗ ରେ ରହିଥିବା ବେଳେ,ରାଜ୍ୟ ଉପସଭାପତି ତଥା ପାୱାର କରିଡର ର ହେବି ଓଏଟ ନେତା ଗୋଲେଖ ମହାପାତ୍ରଙ୍କୁ ଭେଟି ସୌଜନ୍ୟ ମୂଳକ ସାକ୍ଷାତ କରିବା ପରେ ତିର୍ତ୍ତୋଲ ବିଜେଡି ରାଜନୀତି କୁ ଉଷ୍ମ କରିଛି । କେବଳ ସୁଜୀତ ନୁହେଁ ଦଳର ବହୁ ଯୁବ ଛାତ୍ର କର୍ମକର୍ତ୍ତା ପରେ ପରେ ତିର୍ତ୍ତୋଲ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *