ବୌଦ୍ଧ ଦର୍ଶନ ହିଁ ଶାନ୍ତିର ମାର୍ଗ l
ବୋଧିଚକ୍ର, ପୁରୀ ର ଭାଦ୍ରବ ମାସର ଆଲୋଚନା ଚକ୍ର “ବୌଦ୍ଧଦର୍ଶନ ହିଁ ଶାନ୍ତିର ମାର୍ଗ ‘ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ଅଧ୍ୟାପକ ଡ଼ଃ ବଳରାମ ଦାଶ ଅଧ୍ୟକ୍ଷତା କରି ବୁଦ୍ଧଙ୍କର ଦର୍ଶନ ତ୍ୟାଗ,ଅହିଂସା, ପରୋପକାର ଓ ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦିଷ୍ଟ ତଥା ସମାଜକୁ ସଦାଚାର ଶିକ୍ଷା ପ୍ରଦାନକରିଥlଏ ବୋଲି ମତବ୍ୟକ୍ତ କରିଥିଲେ l ସେ କହିଲେ ଗୌତମ ବୁଦ୍ଧଙ୍କ ଆଦର୍ଶବାଣୀ ମାନବ ସମାଜ ପାଇଁ ଆଲୋକ ବର୍ତ୍ତିକା l ମୁଖ୍ୟ ବକ୍ତା ରୁପେ ଶିଶୁ ସମlଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥିରୂପେ କୃତି ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅଧ୍ୟାପକ ଦୟାନିଧି ପଣ୍ଡା ଡ଼. କୃଷ୍ଣଚନ୍ଦ୍ର କବି, ଡ଼ଃ ପ୍ରଦୀପ କୁମାର ଆଚାର୍ଯ୍ୟ, ଡ଼ଃ ଶଶୀକାନ୍ତ ରଥ ଅଧ୍ୟାପକ, ଡ଼ଃ ଶଙ୍କର୍ଷଣ ପ୍ରଧାନ ଯୋଗଦେଇ ଗୌତମ ବୁଦ୍ଧଙ୍କ ତ୍ୟାଗପୂତ ଜୀବନ ଶୈଳୀ, ଇନ୍ଦୁ ପୂର୍ଣ୍ଣିମାର ମାହାତ୍ମ୍ୟ ଓ ସମାଜରେ ଶାନ୍ତି ପାଇଁ ବୌଦ୍ଧ ଦର୍ଶନ ଏକମାତ୍ର ମାର୍ଗ ବୋଲି ଅବିହିତ କରିଥିଲେ l ଏହି ଆଲୋଚନା ଚକ୍ରରେ ସୁଜାତା ମହାପାତ୍ର ଏଶ୍ଵର୍ଯା କର,ରାଜ କିଶୋର ମହାପାତ୍ର, ସୌମ୍ୟାଶ୍ରୀ ଦାଶ , କବିତା ରାଣୀ ଆଚାର୍ଯ୍ୟ, ଲାଡିଲି ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ପ୍ରାରମ୍ଭରେ ଉମେଶ ଚନ୍ଦ୍ର ଦାସ ବୁଦ୍ଧ ବନ୍ଦନା ଗାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
