ଇନୋଭେସନ ଏଣ୍ଡ ଷ୍ଟାର୍ଟଅପ
‘ଇନୋଭେସନ ଏଣ୍ଡ ଷ୍ଟାର୍ଟଅପ ‘ ପ୍ରତିଯୋଗୀତା ଉଦଯାପିତ ରାୟଗଡା : ତା ୮-୯-୨୫ ରାମନାଗୁଡ଼ା ସରକାରୀ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ‘ ଇନୋ ଭେସନ ଏଣ୍ଡ ଷ୍ଟାର୍ଟ ଅପ ‘ ପ୍ରତିଯୋଗିତା ଅଧ୍ୟକ୍ଷ ଡ. କୈଳାସ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଭାବେ ଶ୍ରୀ ଅକ୍ଷୟ କୁମାର ରଥ, ଶ୍ରୀ ଅର୍ଣ୍ଣ ଅଭିଯାନ, ଶକ୍ତି ଅନୁଷ୍ଠାନ, ରାମନାଗୁଡ଼ା ବ୍ଲକ ସଂଯୋଜକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇବା ସହ ପାଠ ପଢିବା ସହିତ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବେ ସେ ସମ୍ପର୍କ ରେ ଅବଗତ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ବାଦଲ କୁମାର ପରିଡା ପରିଚାଳନା କରିଥିଲେ | ପ୍ରତିଯୋଗିତା ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜର ପ୍ରସ୍ତୁତ ପ୍ରକଳ୍ପ ଗୁଡିକୁ ପି. ପି. ଟି ମାଧ୍ୟମରେ ଉପସ୍ଥାପନ| କରିଥିଲେ | ପ୍ରତିଯୋଗିତା ରେ ଦଳଗତ ଭାବେ ପ୍ରଥମ ସ୍ଥାନ – ଗୌତମ କୁମ୍ବରିକା, କୁମାରୀ ଅଞ୍ଜନା ଶବର, ସସ୍ମିତା ମେଲେକା | ଦ୍ଵିତୀୟ ସ୍ଥାନ -ପ୍ରିୟଙ୍କା କଣ୍ଡ|ଗୋରି, ରଂଜିତ କାଲାକା ଏବଂ ତୃତୀୟ ସ୍ଥାନ -ଯମୁନା ପାଲାକା, ମିକୁ ଶ୍ରାମ୍ବୁଟିକା ଙ୍କୁ ସର୍ବ ସମ୍ମତ କ୍ରମେ ଚୟନ କରାଯାଇଥିଲା | କୃତୀ ପ୍ରତିଯୋଗୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ ସହିତ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା | ଅଧ୍ୟାପକ ଶ୍ରୀ ପ୍ରଫୁଲ୍ଲ କୁମାର ଲିମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
