ଛଳ କପଟ
ଛଳ କପଟ
ଧନ୍ୟ ତୁମ ସୃଷ୍ଟି ହେ ଈଶ୍ୱର
ମାଳୀ ତୁମ୍ଭେ ସାରା ଜଗତର।
ସତ୍ୟଧର୍ମ ପଥେ ମଣିଷ ନ ଯାଇ
ନିଜ ଗୋଡ଼େ ସେ ହିଁ କୁରାଢ଼ୀ ମାରଇ।
ମନର ଶାନ୍ତି ହିଁ ପ୍ରକୃତ ଧନ
ତାହା ବିନା ସବୁଥାଇବି ଶୁନ୍ୟ।
ଛଳକପଟେ ସଦା ରହିଥାଏ ବୁଡି
ପରମନ୍ଦ ଚିନ୍ତେ ନିଜ କାର୍ଯ୍ୟ ଛାଡି।
ବଡ଼ହେବାକୁ ଲୋଡ଼ା ସଫା ହୃଦୟ
ଭୋଗିବୁ ଅନ୍ୟକୁ ଦେବୁ ଯଦି ଲୁହ।
ଛଳ କପଟ ଛାଡି ଯାଅ ଧର୍ମ ପଥେ
ସତ୍ୟ କର୍ମ ର ଫଳ ମିଳିବ ନିଶ୍ଚିତେ।
ନକାରାତ୍ମକ ଚିନ୍ତାରେ ରହିଅଛି ବିଷ
ସ୍ୱଚ୍ଛମନ,ପବିତ୍ର ହିଁ ଈଶ୍ୱରଙ୍କ ଆବାସ।
