ଜୀବନ ଯାତନାରେ ଅସହାୟ ଦିବ୍ୟଙ୍ଗ ରବି ନାଏକ ପରିବାର
କଙ୍କଡ଼ାହାଡ଼ – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରହଣୀ ଗ୍ରାମର ରବି ନାଏକ ଶହ ଧର୍ମଣି ମିନତୀ ନାଏକ ଙ୍କ ପରିବାର । ଏକ ବଖରା ପୁରୁଣା ଇନ୍ଦିରା ବାସ ଘର ସାଙ୍ଗକୁ ପୁଣି ପୁଅ ବହୁ ମିଶି ନଅ ପରାଣୀ କୁଟୁମ୍ବ । ଯାହା ଦରମା ମିଳେ ସେଥିରେ ସୁଖ ଦୁଃଖ ରେ ଗୋଜାରଣ ମେଣ୍ଟାଇ ଥିଲେ ଜୀବନ । ପାଖରେ ଥିବା ବିରାଶାକ ଗୁଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ରବି ଏବଂ ତାଙ୍କ ସ୍ତ୍ରୀ ମିନତି ନାଏକ ସୁଇପର ରୂପେ କାମ କରି ଯାହା ଦରମା ପାଆନ୍ତି ସେଥିରେ ସୁଖ ଦୁଃଖ ରେ ତାଙ୍କ ପରିବାର ଚଳୁ ଥାଏ। ତାଙ୍କ ସୁଖର ସଂସାର ରେ ପଡ଼ି ଯାଇଥିଲା ମେଡ଼ିକାଲ ର B.P.M ଅମ୍ବିକା ସାହୁ ଙ୍କ ନଜର । ନିଜ ନୀତି ଶତ୍ରୁତା କାରଣରୁ ଚାକିରି ରୁ ବାହାର କରି ଦେଇଥିଲେ ଦୁଇ ପରାଣୀ ଙ୍କୁ । ସେ ଏ ବାବଦ ରେ ଜିଲ୍ଲା ପାଳ ଙ୍କୁ ଜଣାଇ ଥିଲେ ଜିଲ୍ଲା ପାଳ ତାଙ୍କୁ ଚାକିରି ରେ ରଖିବା ପାଇଁ ଆଶ୍ୱାସନା ମଧ୍ୟ ଦେଇଥିଲେ ।

ଏସବୁ ଜାଣିବା ପରେ ପୁଣି ରାଗି ଥିଲେ ବି ପି ଏମ୍ ଅମ୍ବିକା ସାହୁ ତେଣୁ ତାଙ୍କୁ ଧମକ ଦେବା ସହିତ ରବି ନାଏ କ ଙ୍କ ଏଗାର ମାସ ର ଦରମା ଏବଂ ତାଙ୍କ ସ୍ତ୍ରୀ ମିନତି ନାଏକ ଙ୍କ ଦୁଇ ବର୍ଷ ଛ ମାସ ର ଦରମା ବନ୍ଦ କରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ଫଳରେ ଭାଙ୍ଗି ପଡିଛନ୍ତି ରବି ନାଏକ ଙ୍କ ପରିବାର । ଏବେ ଦିନେ ଖାଇଲେ ଦିନେ ଉପାସ ରହିବାକୁ ପଡୁଛି ତାଙ୍କ ପରିବାର କୁ । ତେଣୁ ଢେଙ୍କାନାଳ ଜିଲ୍ଲା ପାଳ ଙ୍କୁ ତାଙ୍କ ଦରମା ସହିତ ରହିବା ପାଈଁ ଏକ ପି ଏମ୍ ଆବାସ ଗୃହ ମଞ୍ଜୁର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି। ଦେଖିବାକୁ ବାକି ରହିଲା ଏ ଖବର ଟି ପ୍ରସାରଣ ହେବା ପରେ ରବି ନାଏକ ଓ ମିନତି ନାଏକ ଙ୍କୁ ଜିଲ୍ଲାପାଳ କଣ ନ୍ୟାୟ ଦେଉଛନ୍ତି ଦେଖିବାକୁ ବାକି ରହିଲା।
