ପୁଣି ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ନେଇ ସାମାଜିକ ଗଣମାଧ୍ୟମରେ ଦିଆଯାଇଛି ସୂଚନା
ପୁଣି ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ନେଇ ସାମାଜିକ ଗଣମାଧ୍ୟମରେ ଦିଆଯାଇଛି ସୂଚନା। ତେବେ ଏଥର କୌଣସି ଅନୁଷ୍ଠାନ କିମ୍ବା ସଂସ୍ଥା ନୁହେଁ ବରଂ ଶ୍ରୀମନ୍ଦିରର ଜଣେ ସେବାୟତ ନିଜ ସୋସିଆଲ ମିଡିଆରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଅଜୟ ସୁଆର ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବରେ ଏଭଳି ପୋଷ୍ଟ କରିଛନ୍ତି। ଶ୍ରୀମନ୍ଦିର ଅବଢ଼ା ସେବା ନାମରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ୟୁଟ୍ୟୁବରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି। ଅଜୟ ସୁଆର ନାମକ ଜଣେ ସେବାୟତ ନିଜ ୟୁଟ୍ୟୁବରେ ଲେଖିଛନ୍ତି ଆମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ରୋଷଶାଳାରୁ ମହାପ୍ରସାଦ ପ୍ରସ୍ତୁତ କରି ଆଣିଥାଉ।

ଭକ୍ତଙ୍କୁ ଶୁଦ୍ଧ ଓ ଶ୍ରୀମହାପ୍ରସାଦ ସେବା ପ୍ରଦାନ କରିବା ଆମର ମୂଳ ଲକ୍ଷ। ମହାପ୍ରସାଦ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଫୋନ୍ ନଂ ସହିତ ହ୍ବାଟ୍ସ ଆପରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏଥସହ ନିକଟତମ ବସ୍ ଷ୍ଟାଣ୍ଡ, ଛକ କିମ୍ବା ଯେ କୌଣସି ଜିଲ୍ଲାକୁ ଯଦି ସିଧାସଳଖ ବସ୍ ସେବା ଉପଲବ୍ଧ ରହିଛି ତେବେ ମହାପ୍ରସାଦ ଯୋଗାଇ ଦିଆଯିବ। ଏଭଳି ସୂଚନା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।
