ଜଗତସିଂହପୁର ପୋଲିସ କୁ ବଡ ସଫଳତା
-ଜଗତସିଂହପୁର ଜିଲାରେ ଅପରେସନ ପ୍ରହାର ର୍ ପ୍ରଭାବ ଦେଖିବାକୁ ମିଳୁଛି । ଜଗତସିଂହପୁର ସଦର ଥାନା ପୋଲିସ ଇଟାପଡା ଛକରେ ଚଢ଼ାଉ କରି 40 ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ମୋବାଇଲ ଜବତ କରିବା ସହିତ ଇଟାପଡ଼ା ଗ୍ରାମର ବାପ ପୁଅ ନିରଞ୍ଜନ ମହାନ୍ତି ଓ ପବିତ୍ର ମହାନ୍ତି ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ବାପ ଓ ପୁଅ ଦୁଇ ଜଣ ମିଶି ଦୀର୍ଘ ବର୍ଷ ହେଲା ବ୍ରାଉନ ସୁଗାର ବିକ୍ରି କରି ଆସୁଥିବା ବେଳେ ଆଜି ସକାଳେ ପୋଲିସ ହାତରେ ଧରା ପଡିଛନ୍ତି । ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ 4 ଲକ୍ଷ ଟଙ୍କା ହେବ ବୋଲି ଜଗତସିଂହପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।
