କୋରେଇ ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା

କୋରେଇ ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧ ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ କୋରେଇ ବିଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତିଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଯାଇଛି l କୋରେଇ ବିଧାୟକ ଆକାଶ ଦାସନାୟକଙ୍କ ନେତୃତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଅତିଥିଭାବେ ଯୋଗଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ ଯୋଗ ଦେଇ ରାଜ୍ୟର ବିକାଶ ପାଇଁ ବିଜେପି ସରକାର ଯେଭଳି କାର୍ଯ୍ୟ କରୁଛନ୍ତି ଆଗାମୀ ଦିନରେ ସାରା ଦେଶରେ ଓଡିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବବୋଲି ଶ୍ରୀ ସାମଲ କହିଥିଲେ l ଏହି ଅବସରରେ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସମତେ ଦଳୀୟ କାର୍ଯ୍ୟକର୍ତା ମାନେ ଯୋଗଦେଇ ରାଜ୍ୟରେ ବିଜେପି ସରକାର ଆଣିବାରେ ରାଜ୍ୟ ସଭାପତିଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କୋରେଇ ଓ ବ୍ୟାସନଗର ପୌର ପରିଷଦ ଅଞ୍ଚଳର ଶତାଧିକ କାର୍ଯ୍ୟକର୍ତା ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *