କନ୍ଧୁଣି ଦେବି ମହୋତ୍ସବରେ ଯୋଗଦେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧକ୍ଷ
ଗଞ୍ଜାମ ଜିଲ୍ଲା ସୋରଡ଼ା ରେ ବର୍ତ୍ତମାନ ଚାଲିଛି ମା କନ୍ଧୁଣି ଦେବିଙ୍କର କଣ୍ଟାପିଢ଼ା ଯାତ୍ରା I ଆଜି ଅର୍ଥାତ୍ 10/09/25ରେ କନ୍ଧୁଣି ଦେବି ମହୋତ୍ସବ ଆରମ୍ଭ ହେବା ସହ କାର୍ଯ୍ୟକ୍ରମ ଚାରିଦିନ ଧରି ଚାଲିବ l ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧକ୍ଷ ଶୁଭେନ୍ଦୁ ପାତ୍ର ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଙ୍କ ସହ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ , ସୋରଡା ବିଧାୟକ ନୀଳମଣି ବିଷୋୟୀ, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପସା ପାରୁଲ , ଉମା ଶଙ୍କର ବେହେରା ଉପ ଜିଲ୍ଲାପାଳ ଭଞ୍ଜନଗର,ଶିଵ ଶଙ୍କର ପଣ୍ଡା ଏନ ଏ ସି ଅଧ୍ୟକ୍ଷ ଓ ସମସ୍ତ କାଉନସିଲର ଯୋଗ ଦେଇଥିଲେ। ସେହିଭଳି ଯାତ୍ରା ସମ୍ପାଦକ ରଜନୀକାନ୍ତ ମହାପାତ୍ର, ମଣ୍ଡଳ ସଭାପତି ବୁଲୁ ସ୍ୱାଇଁ, ରାଧାମୋହନ ସ୍ୱାଇଁ,ଭଗବାନ ମୁନି, ବରିଷ୍ଠ ବିଜେପି କର୍ମୀ ଜଗଦୀଶ ରାଜୁ,ସୀତାରାମ ପାତ୍ର,ଜିତେନ୍ଦ୍ର ନାୟକ ସଭା ମଞ୍ଚରେ ଯୋଗ ଦେଇ ଥିଲେ ।
