କଂଗ୍ରେସ ପ୍ରେସମିଟ

କଂଗ୍ରେସ ପ୍ରେସମିଟ, କଂଗ୍ରେସର ଏବେ ନୂଆ ଷ୍ଟାର୍ଟଜୀ। ଆଉ ନେତା କି ଶୀତତାପ ନିୟନ୍ତ୍ରିତ କୋଠରୀରେ ନୁହେଁ ବରଂ ତୃଣମୂଳ ସ୍ତରର କର୍ମୀ ,ବିଭିନ୍ନ ବର୍ଗର ଲୋକଙ୍କ ନେଇ ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ବଛାଯିବ। ହରିଆଣା ଫର୍ମୁଲାକୁ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ। ଜଣେ ଅଭିଜ୍ଞ ଓ ବଳିଷ୍ଠ ଜିଲ୍ଲା କଂଗ୍ରେସ କମିଟି ସଭାପତି ବଛାଯିବ। ତାଙ୍କୁ ସହଯୋଗ କରିବା ପାଇଁ ଦୁଇ ଜଣ କାର୍ଯ୍ୟକାରୀ ସଭାପତି ରହିବେ । ପୁରୀ ଜିଲ୍ଲାରେ କଂଗ୍ରେସ ଅବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିଲ୍ଲାର ୬ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଏହି ଫିଡ ବ୍ୟାକ ପାଇଛନ୍ତି ପୁରୀ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଜି.ସି .ଚନ୍ଦ୍ରଶେଖର। ଗତ ସାଧାରଣ ନିର୍ବାଚନରେ ଜିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀରେ କେବଳ ୩୦ ହଜାରରୁ ଅଧିକ ଭୋଟ ମିଳିଛି। ଆଉ ସବୁ ନିର୍ବାଚନ ମଣ୍ଡଳୀରେ ୧୦ ହଜାରରୁ କମ୍ ଭୋଟ ମିଳିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁନର୍ବାର କଂଗ୍ରେସ ଦଳକୁ ସବୁ ରାଜ୍ୟରେ ମଜବୁତ୍ କରିବା ସହ ସଂଗଠନକୁ ସୁଦୃଢ଼ କରିବା ପାଇଁ ନୂଆ ରଣନୀତି ଆପଣାଇଛନ୍ତି।ଏଥିପାଇଁ ଏଆଇସିସିର ବରିଷ୍ଠ ନେତୃତ୍ବକୁ ଓଡ଼ିଶାରେ ଜିଲ୍ଲା ୱାରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋନୟନ ପାଇଁ ଦାୟିତ୍ଵ ଦିଆଯାଇଛି। କଂଗ୍ରେସ ପକ୍ଷରୁ ଆରମ୍ଭ କରାଯାଇଥିବା ସଂଗଠନ ସୃଜନ କାର୍ଯ୍ୟକ୍ରମକୁ ଅଧିକ ଆଗେଇ ନେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସର୍ବନିମ୍ନ ଦଳ ପାଇଁ ୫ ବର୍ଷ କାର୍ଯ୍ୟ କରିଥିବା ଏବଂ ୩୦ ବର୍ଷରୁ ଉର୍ଦ୍ଧ୍ବ ଓ ୫୫ ବର୍ଷରୁ କମ ହୋଇଥିବା ଯୋଗ୍ୟ ୬ ଜଣଙ୍କ ନାଁ ଏଆଇସିସିକୁ ପଠାଯିବ।ସେମାନଙ୍କୁ ମଧ୍ୟରୁ ଜଣଙ୍କୁ ଏହି ମାସ ଶେଷ ସୁଦ୍ଧା ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ କାର୍ଯ୍ୟ କରିବା ପାଇଁ ଘୋଷଣା କରାଯିବ

Leave a Reply

Your email address will not be published. Required fields are marked *