ଗୁଟ୍‌ଖା ଦୋକାନରେ ଚଢ଼ଉ

Date:- 11/09/2025Place:- bhadrak – ଭଦ୍ରକ ଡିଆଜି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ବ୍ଲକ ଅନ୍ତର୍ଗତ ସାବରଙ୍ଗ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଗୁଟୁକା ହଟାଅ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାବରଙ୍ଗ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ସମ୍ମୁଖ ଦୋକାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଗୁଟ୍‌ଖା ଜବତ କରାଯାଇଛି । ସାବରଙ୍ଗ ଥାନାଧିକାରୀ ଉମାଶଙ୍କର ନାୟକ ଆହ୍ୱାନ କ୍ରମେ ଥାନାର ଏସଆଇ ଏସ. ମଲ୍ଲିକ ଓ ଏଏସଆଇସ ଞ୍ଜୟ କୁମାର ଲେଙ୍କାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଏହି ଚଢାଉରେ ସାମିଲ ହୋଇଥିଲେ।

ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରେ ତଥା ଶିକ୍ଷାନୁଷ୍ଠାନ ୧୦୦ ମିଟର ମଧ୍ୟରେ ବିକ୍ରି ହେଉଥିବା ଗୁଟୁକା ଗୁଡିକ ଜବତ କରିଥିଲେ । ଯେଉଁ ଦୋକାନରୁ ଉକ୍ତ ଗୁଟୁକା ଜବତ କରାଗଲା ସେହି ଦୋକାନସମ୍ମୁଖରେ ସେ ସବୁକୁ ପୋଡି ଦିଆଯାଇଥିଲା। ଶିକ୍ଷାନୁଷ୍ଠାନ ସମ୍ମୁଖରେ ଆଉ ଏପରି ବେଆଇନ୍ ତମାଖୁ ବିକ୍ରି କରିବା ବନ୍ଦ କରିବାକୁ କହିବା ସହିତ ଆଗାମୀ ଦିନରେ ବିକ୍ରି ନ କରିବାକୁ ସଚେତନ କରାଇଥିଲେ ଆଇଆଇସି ଶ୍ରୀ ଉମାଶଙ୍କର ନାୟକ ।

Leave a Reply

Your email address will not be published. Required fields are marked *