ଭାରତୀୟ ସଂସ୍କୃତିରେ ପ୍ରାକୃତିକ ଚିକିତ୍ସା ବହୁ ପୁରାତନ କାଳରୁ ଚାଲି ଆସୁଛିସ୍ୟାଣ୍ଡ ଥେରାପି

ସ୍ୟାଣ୍ଡ ଥେରାପି, ମେଲରେ ଯାଇଛି l ଭାରତୀୟ ସଂସ୍କୃତିରେ ପ୍ରାକୃତିକ ଚିକିତ୍ସା ବହୁ ପୁରାତନ କାଳରୁ ଚାଲି ଆସୁଛି। ପଞ୍ଚତତ୍ୱ ଜରିଆରେ ପୁରୀ ବେଳାଭୂମିରେ ଚିନ୍ତା ଦୂର ସହ ଆଣ୍ଠୁଗଣ୍ଠିରେ ପିଡିତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଆରମ୍ଭ ହୋଇଛି ସ୍ୟାଣ୍ଡ ଥେରାପି । ଏହା ମାଧ୍ୟମରେ ଲୋକେ ବେଶ୍ ଉପଶମ ପାଉଛନ୍ତି | ବିଭିନ୍ନ ରାଜ୍ୟରୁ 40 ରୁ ଉର୍ଦ୍ଧ୍ବ ଡାକ୍ତର ଏହି ଶିବିରରେ ଯୋଗ ଦେଇଛନ୍ତି। ପୁରୀ ବେଳାଭୂମିରେ ଦେଖାଦେଇଛି ଭିନ୍ନ ଦୃଶ୍ୟ। ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ବାଲିରେ ସମ୍ପୂର୍ଣ୍ଣ ଶରୀରକୁ ପୋତି ଦିଆଯାଉଛି। କେବଳ ମୁହଁରେ ଏକ କପଡା ପକାଇ ସାମାନ୍ୟ ପାଣି ଟୋପାଏ ଦେଇ ସମ୍ପୂର୍ଣ୍ଣ ବାଲି ଘୋଡାଇ ଲୋକମାନଙ୍କୁ ପୋତି ଦିଆଯାଉଛି। ଇଏ ଦୃଶ୍ୟ ହେଉଛି ପଞ୍ଚତତ୍ୱର ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସ୍ୟାଣ୍ଡ ଥେରାପି। କିଏ ବାଲି ଭିତରେ ଅଧଘଣ୍ଟା ରହୁଥିବା ବେଳେ ଆଉ କିଏ ବାଲି ଭିତରେ ଏକଘଣ୍ଟା ରହୁଥିବା ଦେଖାଦେଇଛି। ସମ୍ପୂର୍ଣ୍ଣ ଭାବରେ ବାଲିକୁ କଢାଯାଇ ମଣିଷକୁ ବାହାର କରିବା ପରେ ଲୋକେ ଅନୁଭବ କହିଛନ୍ତି ତାର ଉପଶମ ଓ ବଖାଣିଛନ୍ତି ତାର ଉପକାରିତା। ଚଳିତମାସ11 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଏହା ଚାଲୁରହିବ | ଏହି ଶିବିରରେ ପ୍ରାୟ 250 ପ୍ରକାରର ରୋଗକୁ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ଭଲ କରାଯିବା ପାଇଁ ଦାବି କରାଯାଇଛି। ପ୍ରାକୃତିକ ଧରିତ୍ରୀ ହେଉଛି ଶ୍ରୀକ୍ଷେତ୍ର,, ଭଗବାନଙ୍କ ଅବଦାନ ହେଉଛି ପ୍ରକୃତି। ପଞ୍ଚତତ୍ୱ ଉପରେ ଆଧାରିତ ଆକାଶ,, ଜଳ,,ସ୍ଥଳ,,ବାୟୁ ଓ ଅଗ୍ନିକୁ ନେଇ ଏହି ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସମସ୍ତ ରୋଗର ନିରାକରଣ ହୋଇପାରିବ। ଶରୀରର ଭାଷା ପ୍ରାକୃତିକ ଉପଚାରକୁ ବୁଝାଇଥାଏ। ଆଜିକାଲି କେମିକାଲ ମେଡିସିନ ଦୁନିଆରେ ରୋଗୀ ବହୁ ସମସ୍ୟାରେ ପିଡୀତ ରହୁଥିବା ଦେଖାଦେଉଛି। କିନ୍ତୁ ପଞ୍ଚତତ୍ୱ ଚିକିତ୍ସା ମାଧ୍ୟମରେ ରୋଗୀ ମାନଙ୍କର ଶାରୀରିକ ଓ ମାନସିକ ସନ୍ତୁଳନ ରହିଥାଏ। କିଛି ରୋଗୀ ଏବଂ ଡାକ୍ତର ମାନେ ଶରୀରରେ ମାଟି ଲେପନ କରି ସମୁଦ୍ରର ଲୁଣିପାଣିରେ ସ୍ନାନ କରିଥିଲେ। ଏହାଦ୍ବାରା ମଣିଷର ଶରୀରକୁ ମିନେରାଲ୍ ମିଳିଥାଏ ବୋଲି କହିଛନ୍ତି ଡାକ୍ତର।

Leave a Reply

Your email address will not be published. Required fields are marked *