ଆରମ୍ଭ ହେଲା ଅପରେସନ୍ ପ୍ରହାର୍
ଆରମ୍ଭ ହେଲା ଅପରେସନ୍ ପ୍ରହାର୍ ….
ଟିଟିଲାଗଡ଼: ୧୨/୯ ରାଜ୍ୟ ସରକାର ତମ୍ବାଖୁ ମୁକ୍ତ ଓଡ଼ିଶା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।
ଏହି ଉଦ୍ୟମ କ୍ରମେ ଓଡ଼ିଶା ରାଜ୍ୟ କୁ କିଭଳି ତମ୍ବାଖୁ ନିଶା ଭଳି ମାରାତ୍ମକ ସେବନ ଦ୍ରବ୍ୟ ରୁ ମୁକ୍ତ ରଖିବା ପାଇଁ “ପ୍ରହାର୍” ନାମକ ଏକ ନୂତନ ଅଭିଯାନ ଆରମ୍ଭ କରିଛନ୍ତି ଓଡ଼ିଶା ସରକାର।
ଏଥିରେ ପୋଲିସ୍ ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଉକ୍ତ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ବେଆଇନ୍ ଭାବେ ପ୍ରସ୍ତୁତ ହେଉଥିବା ନକଲି ମଦ ତଥା। ତମ୍ବାଖୁ ଖଇନି ନିଶା ଦ୍ରବ୍ୟ ପ୍ରସ୍ତୁତ ହେଉଥିବା ଅନେକ ଗୋଦାମ୍ ଏବଂ ଦୋକାନ ଗୃହ ମାନଙ୍କରେ ଚଢ଼ାଉ ଜାରି କରିଛନ୍ତି ପୋଲିସ୍ ବାହିନୀ।

ଠିକ୍ ସେହିଭଳି ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ସହରରେ ମଧ୍ୟ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି. ଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତୀ କଲ୍ୟାଣି ବେହେରା ଙ୍କ ନେତୃତ୍ବରେ ଟିଟିଲାଗଡ଼ ଥାନା ର ସଦଳବଳ ପୋଲିସ୍ ଟିମ୍ ଟିଟିଲାଗଡ଼ ସହରର ଅନେକ ଦୋକାନ ମାନଙ୍କରେ ଚଢ଼ାଉ କରି ବିପୁଳ ମାତ୍ରାର ତମ୍ବାଖୁ, ଖଇନି, ସଫଲ୍ , ବିମଲ୍ , ପାନ୍ ବାହାର୍ , କମଳା ପସନ୍ଦ , ରଜନୀଗନ୍ଧା , ସିଗ୍ନେଚର୍ , ଜର୍ଦା ଆଦି ଗୁଟଖା ପ୍ୟାକେଟ୍, ଭାଙ୍ଗ ପୁଡିଆ, ବିଡ଼ି, ବିଭିନ୍ନ ପ୍ରକାରର ସିଗାରେଟ୍ ପ୍ୟାକେଟ୍ ଆଦି ଜବତ୍ କରିଛନ୍ତି। ଉକ୍ତ ସାମଗ୍ରୀ ଜବତ୍ ହୋଇଥିବା ଦୋକାନି ବ୍ୟବସାୟୀ ମାନଙ୍କ ଠାରୁ ସାମଗ୍ରୀର ପରିମାଣ ଅନୁଯାୟୀ ଫାଇନ୍ ଆଦାୟ ଭଳି “ପ୍ରହାର” କରି ପରବର୍ତ୍ତୀ ସମୟରେ ଏଭଳି ନିଶାଦ୍ରବ୍ୟ ର ବ୍ୟବସାୟ ବନ୍ଦ କରିବା ପାଇଁ ତାଗିଦ୍ କରିଥିବା ଥାନାଧିକାରୀଣି ଶ୍ରୀମତୀ କଲ୍ୟାଣି ବେହେରା ସୂଚନା ଦେଇଛନ୍ତି। ଏନେଇ ଟିଟିଲାଗଡ଼ ସହର ମଧ୍ୟରେ ଗୁଟଖା ଖଇନି, ସିଗାରେଟ୍ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ହାହାକାର ଖେଳିଯାଇଥିବା ର ଦୃଶ୍ୟ ଦେଖିବାକୁ ମିଳିଛି । ଏବଂ ଅଧିକାଂଶ ସ୍ଥାନରେ ଚଢାଉ ହୋଇନଥିବା ଏହି ଦ୍ରବ୍ଯ ମାନଙ୍କୁ ନେଇ ଚଢାଦର ଅଥବା କଳାବଜାରୀ ଭଳି ସ୍ଥିତି ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଯୋର୍ ଧରିଛି ଏଥିପ୍ରତି ପୋଲିସ୍ ପ୍ରଶାସନ ଧ୍ୟାନ ଆକର୍ଷଣ କରିବା କଥା ବୋଲି ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି।
