ଆମ ଆଦମୀ ପାର୍ଟି, କନ୍ଧମାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଆମ ଆଦମୀ ପାର୍ଟି, କନ୍ଧମାଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।
ଫୁଲବାଣୀ ତା୧୨/୦୯/୨୦୨୫ କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ନିକଟବର୍ତ୍ତୀ (ବୌଦ୍ଧ ଯିବା ରାସ୍ତାରେ) ଏଫ.ସି.ଆଇ ଛକ ପାଖରେ ଥିବା ଆମିଷ ବଜାର ଆଗରେ ସହର ର ସମସ୍ତ ମଇଳା ଆବର୍ଜନା ପଡ଼ିଥିବା ବିଷୟରେ ଏକ ଅଭିଯୋଗ ପତ୍ର ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ଜର୍ବାସ ଦିଗାଲଙ୍କ ନେତୃତ୍ୱରେ
ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ ଯାହା ଉଲେଖ ରହିଛି
ଏଫ.ସି.ଆଇ ଛକ ପାଖରେ ଥିବା ଆମିଷ ବଜାର ସମ୍ମୁଖରେ କୁଢ଼ କୁଢ଼ ସହର ଯାକର ମଇଳା ପକାଯାଉଛି । ଏବଂ ମଇଳାର ଦୁର୍ଗନ୍ଧ ଚିନ୍ତାଜନକ ଅବସ୍ଥା ବିଷୟ ଅଟେ । ଏଣୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁ ଅଛୁ। ରାସ୍ତା ଭିତରେ ଏକ ବଡ଼ ଅଳିଆ ଆବର୍ଜନା ଶିଖର ପାହାଡ଼ ପରି ପଡ଼ିରହିଛି। ଅଳିଆ ଜମା ଏବଂ ଉପଯୁକ୍ତ ବର୍ଜ୍ୟବସ୍ତୁ ନିଷ୍କାସନ ଅଭାବ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଯାହା ସହର ବାସିନ୍ଦାଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅନେକ ଅଭିଯୋଗ ସତ୍ତ୍ୱେ, ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହି ମଇଳା କେବଳ ଏକ ଅପ୍ରିୟ ଦୁର୍ଗନ୍ଧ ସୃଷ୍ଟି କରେ ନାହିଁ ବରଂ କୀଟପତଙ୍ଗ ଏବଂ ମୂଷାଙ୍କୁ ମଧ୍ୟ ଆକର୍ଷିତ କରେ। ଏହା ସ୍ୱାସ୍ଥ୍ୟ ବିପଦକୁ ଆହୁରି ବୃଦ୍ଧି କରୁଛି।ତେଣୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ଯେ ଯଥା ଶୀଘ୍ର ସେ ଅଞ୍ଚଳକୁ ସଫା କରିବା ପାଇଁ ପଦକ୍ଷେପ ନିଆଯାଉ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପରିଷ୍କାର ଏବଂ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଏକ ନିୟମିତ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ଅନ୍ୟତ୍ର କେଉଁଠାରେ କାର୍ଯ୍ୟକାରୀ କରାଯାଉ। ଏଥି ସହିତ ସେହି ସ୍ଥାନରେ ଅବସ୍ଥିତ ଆମିଷ ବଜାର କୋଠା ଦୀର୍ଘ ଦିନ ଧରି ଉଦ୍ଘାଟିତ ହୋଇସାରିଛି କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ, ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଉ l
ଅନ୍ୟ ମାନଙ୍କ ମଧ୍ୟରେ
ଆମ୍ ଆଦମୀ ପାର୍ଟି ଜିଲ୍ଲା ସାଧାରଣ ସମ୍ପାଦକ ଗିରିଶ ପଟ୍ଟନାୟକ ରାଜ୍ୟ ସଦସ୍ୟ ତଥା ନଗର ସଭାପତି ସୁନିଲ କୁମାର ମୁନି ଜିଲ୍ଲା ମହିଳା ସଭାନେତ୍ରୀ ରଶ୍ମିତା ପଟ୍ଟନାୟକ ସଦସ୍ୟ ସତିଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
