ଚାଉଳ ବ୍ୟବସାୟୀ ଙ୍କ ଘରେ ଡକାୟତି

ଟିଟିଲାଗଡ଼:୧୩/୯ ଗତ କାଲି ରାତି ପ୍ରାୟ ସାଢେ଼ ଗୋଟାଏ ବେଳେ ଟିଟିଲାଗଡ଼ ହାଟପଦା ଦୈନିକ ବଜାର ସ୍ଥିତ ଚାଉଳ ଏବଂ କିରାଣି ବ୍ୟବସାୟୀ ବିମଲ୍ ଅଗ୍ରୱାଲ ଙ୍କ ବାସଭବନରେ କିଛି ଦୁର୍ବୃତ ବ୍ୟକ୍ତି ତାଲା ଭାଙ୍ଗି ଘର ଭିତରେ ପଶି ବିମଲ ଅଗ୍ରୱାଲ ଙ୍କ ପରିବାର ଲୋକଙ୍କୁ ଛୁରୀ ଭୁଜାଲି ଭଳି ମାରଣାସ୍ତ୍ର ଦେଖାଇ ବାଷ୍କ , ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟି ନେଇ ଫେରାର ହୋଇଥିବା ଅଭିଯୋଗ ଟିଟିଲାଗଡ଼ ଥାନା ରେ ହୋଇଛି । ଏନେଇ ଆଜି ସକାଳେ ଟିଟିଲାଗଡ଼ ପୋଲିସ୍ ଏସ୍.ଡି.ପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ଟିଟିଲାଗଡ଼ ଥାନାଧିକାରୀ କଲ୍ୟାଣି ବେହେରା, ତଥା ସଦଳବଳ ପୋଲିସ୍

ଫୋର୍ସ, ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘଟଣାର ଛାନ୍ ଭିନ୍ ପ୍ରକ୍ରିୟା ଜାରି ରଖିଛନ୍ତି। ହାଟପଦା ରେ ଶନିବାର ବଜାର ରେ ପ୍ରବଳ ଭିଡ଼ ହୋଇଥାଏ ତେଣୁ ପୂର୍ବ ଶୁକ୍ରବାର ରାତିଅଧିଆ ରୁ ହିଁ ଆଖପାଖ ଗ୍ରାମାଞ୍ଚଳର ପନିପରିବା ଚାଷୀ ବ୍ୟବସାୟୀ ମାନେ ଉକ୍ତ ବଜାର କୁ ଆସିଜାଇଥାନ୍ତି । ତେବେ ଏଭଳି ଦୁଃସାହାସିକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Leave a Reply

Your email address will not be published. Required fields are marked *