ଥର ଥର ପଡି ଉପରକୁ ଉଠେ

ଶୀର୍ଷକ _ପ୍ରକୃତ ଜୟ


ରୀତାରାଣୀ ଦାଶ
ବାଲେଶ୍ୱର

ଥର ଥର ପଡି ଉପରକୁ ଉଠେ
ସଫଳତା ଲାଭ କରେ
ପଡି ନ ଉଠିଲେ ବାଜି ହାରିଯାଏ
ଅସଫଳ ଜୀବନରେ |
ପ୍ରକୃତ ଯୁଦ୍ଧରେ ହାର ମାନିଯାଏ
ଜିତିବା ଯେ ଅସମ୍ଭବ
ସୁରକ୍ଷିତ ପନ୍ଥା ନିର୍ଭର ଯୋଗ୍ୟରେ
କାର୍ଯ୍ୟ ଦକ୍ଷତାରେ ସିଦ୍ଧ |
ଈଶ୍ୱର ପ୍ରଦତ୍ତ ପ୍ରତିଭାକୁ ଚିହ୍ନେ
ନିଜର ଜ୍ଞାତ ସାରରେ
ଉପଯୋଗ କରେ ପ୍ରତି ମୁହୂର୍ତ୍ତରେ
ବିକଶିତ ଦକ୍ଷତାରେ |
ଅନ୍ୟର ହୃଦୟ ଜିଣିବା ତା ଲକ୍ଷ୍ୟ
ସ୍ନେହ ଶ୍ରଦ୍ଧା ପ୍ରୀତି ବଳେ
ମଣିଷତ୍ୱ ପଣେ ବିନମ୍ରତା ମୂଳେ
ଜୟୀ ଯେ ମର୍ତ୍ତ୍ୟମଣ୍ଡଳେ |
ତ୍ରୁଟିରୁ ଶିଖଇ ଜୀବନର ଶୈଳୀ
ମାର୍ଗ ପ୍ରକୃତ ଲକ୍ଷ୍ୟର
ପୁନର୍ମାର୍ଜିତରେ ଦୋହରାଏ ନାହିଁ
ଧ୍ବଜା ବିଜୟ ଧାରାର |
ସରଳତା ପୂର୍ଣ୍ଣ ଅହଂକାର ଶୂନ୍ୟ
ହୃଦୟ ପାଇଁ ଉତ୍ତମ
ସବୁରି ସ୍ଥଳରେ ସବୁ ଦୌଡ଼ ନୁହେଁ
ସମ୍ପର୍କେ ଭାବନା ସମ |
ଆତ୍ମ ପ୍ରଶଂସକ Left ଗର୍ବୀ ଜନ
ସ୍ଵଚେଷ୍ଟାରେ ନଷ୍ଟ ଲୟ
ସ୍ଥିର ଭାବାପନ୍ନ ରଖି ମତି ଗତି
ସୁସ୍ଥତା ସୃଷ୍ଟି ବିଧେୟ |
ଆତ୍ମା ବିଶ୍ୱାସର ସ୍ଵ ସଫଳତାର
ପ୍ରଚାର କରିବା ମନ୍ଦ
ସଚ୍ଚୋଟ ଉପାୟେ ସବୁ କର୍ମ କରି
ଈଶ୍ୱରଙ୍କ ଠାରେ ଚିତ୍ତ |
ଦୟା କ୍ଷମା ଗୁଣ ଅଳଙ୍କାର ତୁଲ୍ୟ
ସଯତ୍ନର ଆଭୂଷଣ
ଦୁଃଖୀ ରଙ୍କୀ ଦୁଃଖ ପର ଉପକାରେ
ଅନ୍ତରରେ ସଦା ସ୍ଥାନ |
ସତ୍ୟର ଚିନ୍ତନ ମନନ ଭଜନେ
ପ୍ରତିଟି କାର୍ଯ୍ୟ କ୍ଷେତ୍ରରେ
ବାସ୍ତବ ଅର୍ଥରେ ସକ୍ଷମ ବ୍ୟକ୍ତି ହିଁ
ବିଜେତା ଏ ସଂସାରରେ |

Leave a Reply

Your email address will not be published. Required fields are marked *