ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ

ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ!

ଧର୍ମଶାଳା-ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟସ୍ତ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକସଂଘ କାର୍ଯ୍ୟାଳୟ ପରିସରର ନବ ନିର୍ବାଚିତ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିନୋଦ କୁମାର ପରିଡ଼ା ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ମହାବିନାୟକ ଲଘୁ ଖଣିଜ ପରିବହନ ମାଲିକ ସଂଘ କେବଳ ଗାଡି ମାଲିକ ମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ କରୁଛି ତାହା ନୁହେଁ ସଡ଼କ ସୁରକ୍ଷା, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ସହିତ ସାମାଜିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସଙ୍ଘ ଭିତର ଶାନ୍ତି ଶୃଙ୍ଖଳା ,ଏକତା , ଭାଇଚାରା ରହିଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି କହିବା ସହିତ ସଙ୍ଘର ଯେଉଁ ସବୁ ସମସ୍ୟା ରହିଛି ତାହାର ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ।ସଭାପତି ଅଜା ମ୍ବର ସାହୁ କଣ୍ଟିଗଡିଆ ନିକଟରେ ଥିବା ଶ୍ରୀରାମପୁର ଟୋଲ ପ୍ଲାଜା ଗାଡି ମାଲିକ ମାନଙ୍କ ଠାରୁ ବେଆଇନ ଭାବେ ଟୋଲ ଫ୍ରି ନେଇ ଗାଡ଼ି ମାଲିକ ମାନଙ୍କୁ ଆର୍ଥିକ ଶୋଷଣ କରୁଥିବା ନେଇ ଅଭିଯୋଗ କରିବା ସହିତ ଏହାର ସମାଧାନ ପାଇଁ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଙ୍ଘର ଉପଦେଷ୍ଟା ଚନ୍ଦନ କୁମାର ନାୟକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଅମିତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ହିମାଂଶୁ ଶେଖର ସାହୁ ନବ ନିର୍ବାଚିତ ସଭାପତି ଅଜାମ୍ବର ସାହୁ, ଉପସଭାପତି ସରୋଜ କୁମାର ରାଉତ, ସଂପାଦକ ଅମିତ କୁମାର ସାହୁ, ସହ ସମ୍ପାଦକ ଅଶୋକ କୁମାର ପରିଡ଼ା, ଯୁଗ୍ମ ସଂପାଦକ ମହେନ୍ଦ୍ର କୁମାର ଦାଶ ଓ କୋଷାଧ୍ୟକ୍ଷ ଭାବେ ରଜନୀ କାନ୍ତ କର ଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ଚଣ୍ଡିଖୋଲ ପ୍ରେସ କ୍ଲବ,ଧର୍ମଶାଳା ପ୍ରେସ, ବରିଷ୍ଟ ନାଗରିକ ମଞ୍ଚ,ଚଣ୍ଡିଖୋଲ ଟ୍ରକ ମାଲିକ ସଂଘ ସମେତ ଓଡ଼ିଶାର ବିଭିନ୍ନ ଟ୍ରକ ମାଲିକ ସଂଘ ସଭାପତି ଓ ସଂପାଦକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *