ରାଷ୍ଟ୍ରୀୟ ହିନ୍ଦୀ ଦିବସ

ଆଜି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ଭଦ୍ରକ ତରଫରୁ ରାଷ୍ଟ୍ରୀୟ ହିନ୍ଦୀ ଦିବସ ଏସ ବିଡ଼ି ବିଦ୍ୟାଳୟ ରେ ଆୟୋଜନ କରାଯାଇଥିଲା। ମାନ୍ୟବର ବିଧାୟକ ଭଦ୍ରକ ଏବଂ ଜିଲ୍ଲାପାଳ ଭଦ୍ରକ ଉତ୍ସବ କୁ ଉଦ୍ଘାଟନ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ଡି ଏସ ଏସ ହୋମଦ୍ରୀ ବିଶ୍ଵାଳ, ହିନ୍ଦୀ ଶିକ୍ଷା ସମିତି କଟକ ର ସମ୍ପାଦକ ଶ୍ରୀବତ୍ସ କରଶର୍ମା, ଏସ ବିଡ଼ି ର ଅଧ୍ୟକ୍ଷ ଦେବାଶିଷ ଦୀକ୍ଷିତ, ପ୍ରଧନା ଚାର୍ଯ୍ୟ ଯୁଧିଷ୍ଟିର ଦେବତା, ଓଷ୍ଟା ର ସଭାପତି ଶଶିଶେଖର କରଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହିଳା ମହା ବିଦ୍ୟାଳୟ ଭଦ୍ରକ ର ହିନ୍ଦୀ ଅଧ୍ୟାପକ ଅନିଲ କୁମାର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଥିଲେ। ହିନ୍ଦୀ ସଂଘ ର ସଚିବ ପ୍ରକାଶ ଚନ୍ଦ୍ର ଖଟୁଆ ସଂପାଦକୀୟ ପାଠ କରି ଓଡ଼ିଶାର ହିନ୍ଦୀ ର ସ୍ଥିତି ବିସୟରେ ସୂଚନା ଦେଇଥିଲେ। ସଭାପତି ଦେବକିଶୋର ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ହିନ୍ଦୀ ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ସାର,ସରୋଜ ସାର, ପିଙ୍କି ଦିଦି ତଥା ଜିଲ୍ଲା ର ସମସ୍ତ ହିନ୍ଦୀ ଶିକ୍ଷକ ଶିକ୍ଷୟିତ୍ରୀ ସଫଳ ରୂପାୟନ କରିଥିଲେ। ଶିକ୍ଷକ ସୁଶାନ୍ତ କୁମାର ସେଠୀ ଧନ୍ୟବାଦ ଦେଇ ଥିଲେ।

Leave a Reply

Your email address will not be published. Required fields are marked *