ବ୍ୟାଟେରୀ ବିସ୍ପୋରଣ , ଇଲେକ୍ଟ୍ରିକ ସ୍କୁଟର ପୋଡ଼ି ଧ୍ଵଂସ

କୋଣାର୍କ – ଶନିବାର ସନ୍ଧ୍ୟାରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ରାମଚଣ୍ଡୀ ନିକଟସ୍ତ ଖାଲକଟାପାଟଣା ଗ୍ରାମରେ ଏକ ଓକିନାୱା ଇଲେକ୍ଟ୍ରିକ୍ ସ୍କୁଟର ବ୍ୟାଟେରୀ ଫାଟି ବିସ୍ପୋରଣ ହୋଇ ସମ୍ପୂର୍ଣ୍ଣ ପୋଡ଼ି ଧ୍ଵଂସ ହୋଇଯାଇଛି । ମିଶନ ଶକ୍ତି ମହିଳା ଗ୍ରୁପ ସଦସ୍ୟା ନମିତା ମୁରୁଡ଼ି କୋଣାର୍କ କାନାରା ବ୍ୟାଙ୍କ ଶାଖା ସହାୟତାରେ କୋଣାର୍କ ସ୍ଥିତ ହୋଣ୍ଡା ସୋ ରୁମ ଓକିନାୱା ଇଲେକ୍ଟ୍ରିକ ସ୍କୁଟର (ଓଡି ୧୩ ୨୧୪୯) ଗତ ୨୦୨୪ ମସିହା ଏପ୍ରିଲ ମାସରେ କ୍ରୟ କରିଥିଲେ। ଶନିବାର ସଂଧ୍ୟାରେ ଘରେ ଗାଡି ରଖିଥିବା ବେଳେ ହଠାତ୍ ଶବ୍ଦ ହୋଇଥିଲା। ଅଧ ଘଣ୍ଟା ମଧ୍ୟରେ ବ୍ୟାଟେରୀ ବିସ୍ପୋରଣ ଘଟିଥିଲା।

ଯାହା ଫଳରେ ଇଲେକ୍ଟ୍ରିକ ସ୍କୁଟର ସମ୍ପୂର୍ଣ ପୋଡ଼ି ଧ୍ଵଂସ ହୋଇଯାଇଛି। ଏଥି ସହିତ ଗାଡ଼ିରେ ଥିବା କାଗଜପତ୍ର, ଘର ଓ ଅବସବାପତ୍ର ମଧ୍ୟ ପୋଡ଼ି ଯାଇଛି। ଏନେଇ ନମିତା ମୁରୁଡ଼ି ଚନ୍ଦ୍ରଭାଗା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ୍ ପକ୍ଷରୁ ତଦନ୍ତ କରାଯାଉଛି। ବୀମା କମ୍ପାନୀ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିବା ସହିତ ବ୍ୟାଙ୍କ୍ ଋଣ ଛାଡ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *