ଦଶକର୍ମ କରିବାକୁ ଯାଇ ବୁଡିଗଲେ ୨ ଯୁବକ, ଜଣେ ମୃତ
ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଲର ପଞ୍ଚାୟତର ନାଗପୁରା ଅଞ୍ଚଳର ଦୁଇ ଯୁବକ ତିର୍ତ୍ତୋଲ ମହାନଦୀ ପଠାରେ ଦଶ କର୍ମ କରିବାକୁ ଯାଇଥିଲେ । ସେଠାରେ ଗାଧୋଇବାବେଳେ ବୁଡି ଯାଇଥିଲେ ଦୁଇ ଯୁବକ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି।ମୃତକ ହେଉଛନ୍ତି ଅକ୍ଷୟ କୁମାର ଜେନାଙ୍କ ପୁଅ କାହ୍ନା ଜେନା । ବୟସ ୨୫ ବର୍ଷ ।ଅନ୍ୟ ଜଣେ ବ୍ୟକ୍ତି ୫୫ ବର୍ଷ ବୟସ ସମ୍ପଦ କୁମାର ଜେନା ନିଖୋଜ ଅଛନ୍ତି। ସମ୍ପଦ କୁମାର ଜେନା ଦଶକ୍ରିୟା ଧରିଥିବା ସୂଚନା ମିଳିଛି। ଉଭୟ ସମ୍ପର୍କରେ ଦାଦା ପୁତୁରା ଅଟନ୍ତି। ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିଛନ୍ତି।
