ନରୁଆ ଛକରେ ମା “ଦୁର୍ଗା” ଙ୍କ ପାର୍ବଣ ପୁଜା ଆରମ୍ଭ
ନରୁଆ ଛକରେ ମା “ଦୁର୍ଗା” ଙ୍କ ପାର୍ବଣ ପୁଜା ଆରମ୍ଭ ।
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅଧିନସ୍ତ ମଣିଜଙ୍ଗା ଏରସମା ରାସ୍ତାର ନରୁଆ ଛକ ଠାରେ ଥିବା ଜଗତ ଜନନୀ “ମା” ଦୁର୍ଗା ଦେବୀଙ୍କ ମନ୍ଦିର ପୀଠ ଦେବୀଙ୍କ ପାର୍ବଣ ପୂଜା ରବିବାର ଠାରୁ ଆରମ୍ଭ ହୋଇଛି । ଏହି ପୂଜା ମୁଲାଷ୍ଟମୀ ଠାରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ। ଏହି ପୂଜାରେ ପତେକ ଦିନ ଆରତୀ ସହିତ ଯଜ୍ଞ, ହୋମ ଓ ସନ୍ଧ୍ୟାରେ ଭଜନ, କ୍ରୀତନ ଚାଲିଥିବା ବେଳେ ପୂଜାର ଶେଷ ତିନିଦିନ ରୀତି ନୀତି ଅନୁଯାୟୀ ସନ୍ଧ୍ୟା କଳିକା ନୃତ୍ୟ ପରିବେଷଣ କରାଯାଏ । ଏହି ପାର୍ବଣ ପୂଜା ଉପଲକ୍ଷେ ସମ୍ପୂର୍ଣ୍ଣ ଚଣ୍ଡୀ ସହ ଅପରାଜିତା ପୂଜା ମଧ୍ୟ ଅନୁଷ୍ଠିତ ହେବ । ଏହି ପୂଜାରେ ପ୍ରତି ବର୍ଷ ଭଳି ନିତ୍ୟାନନ୍ଦ ବିଶ୍ୱାଳ କର୍ତ୍ତା ଭାର ତୁଳାଉ ଥିବା ଦେଖିବାକୁ ମିଳିଛି । ସେହିପରି ପଣ୍ଡିତ ଅଶୋକ କୁମାର ଦାଶ ଏବଂ ତାଙ୍କ ଟିମ ଙ୍କ ତତ୍ୱାବଧାନରେ ଦୈନିକ ପୂଜା ପାଠ ସହ ହୋମ ଯଜ୍ଞ ହେଉଥିବା ବେଳେ ନୀତିଦିନ ପୂଜକ ହରେକୃଷ୍ଣ ପଣ୍ଡା ଙ୍କ ଏହି ପୂଜାରେ ଉପସ୍ଥିତ ରହି ପୂଜା ସମ୍ପାଦନ କରୁଛନ୍ତି । ମା ଶାରଳାଙ୍କ ନୀତି କ୍ରାନ୍ତି ଆଧାରରେ ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ସନ୍ଧ୍ୟା ରେ ମା ଙ୍କ ପାଖରେ ମଣ୍ଡା ପିଠା ଭୋଗ ଅର୍ପଣ କରାଯାଏ । ସେହିପରି ଏହି ପ୍ରାବଣ ପୂଜାରେ ପ୍ରତେକ ଦିନ ମା ଙ୍କ ପାଖରେ ପ୍ରାୟ ୨ କେଜି ରୁ ଅଧିକ ଘୃତ ହୋମ ହୁଏ , ଯାହାକୁ ଦାତା ମାନେ ମା ଦୁର୍ଗାଙ୍କ ଉଦେଶ୍ୟ ରେ ଅର୍ପଣ କରିଥାନ୍ତି । “ମା”ଙ୍କ ଏହି ପ୍ରାବଣ
ପୂଜା ଦେଖିବା ପାଇଁ ସନ୍ଧ୍ୟାରେ ମନ୍ଦିର ପରିସରରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଲୋକଙ୍କ ଭିଡ଼ ଜମେ ।
