ତିର୍ତ୍ତୋଲ ବ୍ଲକରେ ଇସି ସଙ୍ଘର ଧାରଣା ସହିତ ପ୍ରତିବାଦ।

*ତିର୍ତ୍ତୋଲ:ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀରେ ପରିବର୍ତନ କରିବାପାଇଁ ଯୋଜନା କରିଥିବାବେଳେ ଇସି ମାନେ ଉଚ୍ଚ ନ୍ୟାଳୟର ଆଶ୍ରୟ ନେଇଥିଲେ l ଉଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପରିବର୍ତନକୁ ସ୍ଥଗିତ ରଖିଥିବାବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପ୍ରଶାସନ ଦ୍ୱାରା ସମସ୍ତ ପଞ୍ଚାୟତ କୁ ପରିବର୍ତନ ପାଇଁ ନୋଟିସ ଜାରି ହୋଇଥିଲା।ତାହାର ପ୍ରତିବାଦରେ ତିର୍ତୋଲ ବ୍ଲକ ଇସି ସଙ୍ଘ ସଭାନେତ୍ରୀ ଶିବାନୀ ବାରିକଙ୍କ ନେତୃତ୍ୱରେ ସମସ୍ତ ଇସି ସଦସ୍ୟା ମାନେ ଆସି ବ୍ଲକ ସମ୍ମୁଖରେ ଧାରଣା ଦେବା ସହିତ ବିଡ଼ିଓ ଙ୍କୁ ପ୍ରତିବାଦ ଜଣାଇଥିଲେ ଳ। ଅନ୍ୟ ବ୍ଲକ ରେ ସ୍ଥଗିତ ରହିଥିବାବେଳେ ତିର୍ତ୍ତୋଲ ବ୍ଲକ ରେ କିଭଳି ପରିବର୍ତ୍ତନ ପାଇଁ ନୋଟିସ ଜାରୀ ହେଲା ସେଥିପାଇଁ ଇସି ସଙ୍ଘର ସଦସ୍ୟା ମାନେ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ ଙ୍କୁ ସାକ୍ଷାତ କରି କିଛି ସମୟ ମାଗିଥିଲେ l ବିଡ଼ିଓ ଶ୍ରୀଯୁକ୍ତ ମଲ୍ଲିକ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସମୟ ପ୍ରଦାନ କରିଥିଲେ ।ଇସି ସଙ୍ଘର ସଦସ୍ୟମାନେ ଜିଏଲଫ ,ସିଏଲ ଏଫ,ବିଏଲଫ ଅଡିଟ ହେବା ପେରେ ରିଷ୍ଟକଚର କରାଯାଉ ବୋଲି କହିଛନ୍ତି।ବ୍ଲକରେ ଅଡିଟ ହେବା ସହିତ ସେମାନଙ୍କ ଠାରୁ ୫ ହଜାର ଟଙ୍କା ଏମ୍ ବି କେ ମାନେ ନେଇଥିବା ନେଇ ଅଭିଯୋଗ କରିଛନ୍ତି।ଏହାର ତଦନ୍ତ କରାଯିବ ବୋଲି ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି।

Leave a Reply

Your email address will not be published. Required fields are marked *