ଜାତୀୟ ସେବା ଶିବିର ର ବୃକ୍ଷ ରୋପଣ ଓ ଆଭିମୁଖ୍ୟ କରଣ କାର୍ଯ୍ୟକ୍ରମ
ସୋରଡ଼ା:15/09/2025 ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଳକ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଶିବିର ତରଫରୁ ବୃକ୍ଷରୋପଣ ସ୍ୱତନ୍ତ୍ର ସେବା ଶିବିର ଓ ଆଭିମୁଖ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି |ଗତ ୫ ତାରିଖ ରୁ ଆରମ୍ଭ ହୋଇଥିବା ବୃକ୍ଷ ରୋପଣ ନିମିତ୍ତ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସେବା ଶିବିର ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା | ୧୫ ତାରିଖ ଅର୍ଥାତ ଆଜି ପୂର୍ବାହ୍ନ ରେ ଏହାର ଉଜ୍ଜ୍ୟାପନି ଉତ୍ସବ ଆୟୋଜନ କରାଯାଇଥିଲା | ଏଥିରେ ଜାତୀୟ ସେବା ଶିବିର ର ୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଭାଗ ନେଇଥିଲେ |ଏଥିରେ ନୂତନ ଭାବେ ଜାତୀୟ ସେବା ଯୋଜନା ରେ ଯୋଗ ଦେଇଥିବା ସ୍ବେଛାସେବୀ ଙ୍କ ପାଇଁ ଅଭିମୁଖୀ କରଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ସେବା ମୂଳକ କାର୍ଯ୍ୟ ପାଇଁ ପ୍ରୋତ୍ସାହିତ କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ସୁଧାଂଶୁ ଶେଖର ପଣ୍ଡା ଓ ସଂସ୍କୃତ ଅଧ୍ୟାପିକା ସିପ୍ରା ପାତ୍ର ସ୍ୱେଚ୍ଛାସେବି ଙ୍କ ଆତ୍ମବିଶ୍ୱାସ ବୃଦ୍ଧି ନିମନ୍ତେ ଆହ୍ୱାନ କରିଥିଲେ | କାର୍ଯ୍ୟକ୍ରମ ର ଆୟୋଜକ ତଥା ଅଧିକାରୀ ଡ଼ଃ. ହୃଷିକେଶ ମିଶ୍ର ଶିବିର ଓ କାର୍ଯ୍ୟକ୍ରମ ପରିଚାଳନା ସହ ଆଭିମୁଖ୍ୟ କରଣ ନିମନ୍ତେ ତାଲିମ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଅଙ୍ଗଦାନ କ୍ଷେତ୍ର ରେ ବିରଳ ଉଦାହରଣ ସୃଷ୍ଟି କରିଥିବା ବାଇଧର ସ୍ୱାଇଁ ଓ ପ୍ରାକ୍ତନ ଛାତ୍ର ତଥା ସାମ୍ବାଦିକ ଲିଟୁ କୁମାର ବିଷୋୟୀ ଯୋଗ ଦେଇ ସମାଜ ସେବା ଓ ଏକ ଉତ୍ତମ ସମାଜ ଗଠନ ରେ ଜାତୀୟ ସେବା ଯୋଜନା ର ଆଭିମୁଖ୍ୟ ଉପରେ ଛାତ୍ର ଛାତ୍ରୀ ଙ୍କୁ ଆଲୋକପାତ କରାଇଥିଲେ, ପରିଶେଷରେ ରେ ଉଭୟ ଙ୍କୁ ମହା ବିଦ୍ୟାଳୟ ତରଫରୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ |
