ମାସିଆନ ତେଲୁଗୁ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ସପ୍ତାହ କାର୍ଯ୍ୟକ୍ରମ

ପୁରୀ ତା 16.09.2025 ମାସିଆନ ତେଲୁଗୁ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ସପ୍ତାହ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନେ ନିପୁଣ ଓଡିଶା ସଙ୍ଗୀତକୁ ସୁନ୍ଦର ଅଭିନୟ ସହିତ ଗାଇ ଥିଲେ l ସାକ୍ଷରତା ଷ୍ଟଲ୍, ସଂଖ୍ୟାଜ୍ଞାନ ଷ୍ଟଲ୍ ଓ ସୃଜନାତ୍ମକ ଷ୍ଟଲରେ ଆଜିର କାର୍ଯ୍ୟସୂଚୀ ଅନୁଯାୟୀ ନିଜ ନିଜର ଜ୍ଞାନକୁ ବିକଶିତ କରିଥିଲେ ବିଭିନ୍ନ ଶିକ୍ଷଣ ସାମଗ୍ରୀ ଦ୍ୱାରା l ଶିକ୍ଷୟତ୍ରୀ ପ୍ରବାସିନୀ ମିଶ୍ର ପିଲାମାନଙ୍କୁ ସୁନ୍ଦର ସୁନ୍ଦର ଗପ ଅଭିନୟ ସହିତ କହିଥିଲେ l ପିଲାମାନେ ମଧ୍ୟ ଭଲ ଭଲ ଗପ କହିଥିଲେ l ଟିକିତାରା ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ବିପିନବିହାରୀ ଦଳାଇ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇ ପିଲାମାନଙ୍କର କାର୍ଯ୍ୟକ୍ରମକୁ ଉପଭୋଗ କରି ପ୍ରଶଂସା କରିଥିଲେ l

ଗପ ମାଧ୍ୟମରେ ଅନେକ ନୀତିକଥା କହିଥିଲେ ପିଲାମାନଙ୍କୁ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସ୍ଵପ୍ନ କୁମାର ଶତପଥି ଶିକ୍ଷକ ଶ୍ରୀଯୁକ୍ତ ନିରୋଜ କୁମାର ମହାନ୍ତି ଓ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ l ଗତ କାଲି ନିପୁଣ ସପ୍ତାହ ପ୍ରଥମ ଦିନରେ ଶ୍ରୀଯୁକ୍ତ ବିସ୍ମୟ ମିଶ୍ର ଅତିଥି ଭାବରେ ଯୋଗ ଦେଇ ପିଲାମାନଙ୍କର କାର୍ଯ୍ୟକ୍ରମରେ ଅତ୍ୟନ୍ତ ଖୁସି ହୋଇ ପୁରସ୍କାର ଦେଇଥିଲେ

Leave a Reply

Your email address will not be published. Required fields are marked *