ବରାଗୋଳ ଜିପିଏଲଏଫ ରେ ଦୁର୍ନୀତିକୁ ନେଇ ମହିଳା ସିଆରପି ଙ୍କ ଧାରଣା

ବରାଗୋଳ ଜିପିଏଲଏଫ ରେ ଦୁର୍ନୀତିକୁ ନେଇ ମହିଳା ସିଆରପି ଙ୍କ ଧାରଣା। ବିଏଲଏଫ ସଭାନେତ୍ରୀଙ୍କ ସଭ୍ୟା ପଦ ରଦ୍ଦ ଓ ଗିରଫ ପାଇଁ ଦାବି।
ରଘୁନାଥପୁର:-୧୬/୯()ରଘୁନାଥପୁର ବ୍ଲକ ବରାଗୋଳ ଜିପିଏଲଏଫ ରେ (ଗ୍ରାମପଞ୍ଚାୟତ ଲେବୁଲ ଫେଡରେଶନ)ଦୁର୍ନୀତିକୁ ନେଇ ଉକ୍ତ ପଞ୍ଚାୟତର ସିଆରପି ଭାବେ କାର୍ଯ୍ୟରତ ହରିଜନ ବିଧବା ମହିଳା ନମିତା ବେୱା ମଙ୍ଗଳବାର ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ। ବିଶେଷ କରି ବିଏଲଏଫ ର(ବ୍ଲକ ଲେବୁଲ ଫେଡରେସନ)ସଭାନେତ୍ରୀ ବିଷ୍ଣୁପ୍ରିୟା ଆଚାର୍ଯ୍ୟ କୌଣସି ମହିଳା ଏସଏଚଜି ରେ ସଦସ୍ୟା ନଥାଇ କିପରି ଇସି ମେମ୍ବର ହେବା ଏହାଛଡା ତାଙ୍କୁ କିପରି ବ୍ଲକ ମହିଳା ମହାସଂଘରେ ସଭାନେତ୍ରୀ କରାଗଲା ଏସବୁକୁ ନେଇ ଧାରଣାକାରୀ ନମିତା ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ।

ଏହାଛଡା ବଡତିହଡା ସିଏଲଏଫ ରେ ସଭାନେତ୍ରୀ ଆଚାର୍ଯ୍ୟ ଙ୍କ ଦୁର୍ନୀତିର ମାତ୍ରା ବଢି ଚାଲିଥିବାବେଳେ ବିଭିନ୍ନ ମହିଳା ଉତ୍ପାଦନକାରୀ ଗୋଷ୍ଠୀଙ୍କ ଟଙ୍କା ଆତ୍ମସାତ କରିଥିବାର ସେ ଅଭିଯୋଗ କରିଛନ୍ତି।ଏ ସମସ୍ତ କଥା ବ୍ଲକ ଅଧିକାରୀ ଜାଣି ସଭାନେତ୍ରୀ ଆଚାର୍ଯ୍ୟ ଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ନମିତା ଅଭିଯୋଗରେ ଦର୍ଶାଇଛନ୍ତି।ସଭାନେତ୍ରୀ ଆଚାର୍ଯ୍ୟ ଙ୍କୁ ଯେପର୍ଯ୍ୟନ୍ତ ପଦବୀରୁ ଅପସାରିତ କରାନଯାଇଛି ଓ ସେ ପାଇଥିବା ସମସ୍ତ ପ୍ରାପ୍ୟକୁ ଫେରସ୍ତ ନିଆଯିବା ଏବଂ ବିଭିନ୍ନ ମହିଳା ଗ୍ରୁପରୁ ହଡପ କରିଥିବା ଟଙ୍କା ଫେରସ୍ତ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ ପ୍ରକାଶ କରିଥିଲେ।ଏହାଛଡା ପ୍ରଶାସନ ଯଦି ଟାଳଟୁଳ ନୀତି ଅବଲମ୍ବନ କରି ଆଚାର୍ଯ୍ୟଙ୍କୁ ଗିରଫ ନକରେ ତାହାଲେ ସେ ବାଧ୍ୟହୋଇ ଆତ୍ମାହୁତି ଦେବେ ବୋଲି ଚେତବନୀ ଦେଇଥିଲେ। ଧାରଣା ସ୍ଥଳରେ ବିଡିଓ ବିରଞ୍ଚି ନାରାୟଣ ବେହେରା,ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ବିପିଏମ ଲିପିକା ଷଡଙ୍ଗୀ ପହଞ୍ଚି ନମିତାଙ୍କୁ ବୁଝାସୁଝା କରିଥିଲେ ବି ସେ ତାଙ୍କ ଜିଦରେ ଅଟଳ ରହିଥିଲେ।ଶେଷରେ ବିଡିଓ ବେହେରା ୩ ଦିନ ଭିତରେ ବରାଗୋଳ ଜିପିଏଲଏଫ ରୁ ଆଚାର୍ଯ୍ୟଙ୍କ ସଭ୍ୟା ପଦ ରଦ୍ଦ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାପରେ ନମିତା ଧାରଣାରୁ ଉଠିଥିଲେ।

Leave a Reply

Your email address will not be published. Required fields are marked *