ଗାଡି ଚଢାଇ ଗାଈକୁ ମାରିଦେବା ଘଟଣାରେ ଡ୍ରାଇଭର ଗିରଫ ହୋଇ କୋର୍ଟ ଚାଲାଣ

ଧର୍ମଶାଳା – ଅମାନୁଷିକ ଭାବେ ଗାଡି ଚଢାଇ ଗାଈକୁ ମାରିବା ଘଟଣାରେ ଫେରାର ଥିବା ଗାଡି ଚଳକକୁ ଜେନାପୁର ପୁଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେଯାଜପୁର ଜିଲ୍ଲା ଜେନାପୁର ଥାନା ଅଧୀନ ମକୁନ୍ଦପୁର ଗ୍ରାମର ରାମ ସାହୁ l ଘଟଣା ହେଇଥିବା ଦିନ ରାତିବେଳେ ରାମ ସାହୁ ଡାଡି ଚଳାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ଗାଈ ସୋଇଥିଲା l ଗାଈକୁ ଉଠାଇବା ପାଇଁ ସେ ହର୍ଣ ମାରିଥିଲା l କିନ୍ତୁ ଗାଇଟି ଉଠି ନଥିଲା l ରାମ ଉକ୍ଷିପ୍ତ ହୋଇ ଗାଈ ଉପରେ ଗାଡି ଚଢାଇ ଦେଇ ମାରିଦେଇଥିଲା l ଏହି ଖବର ପାଇ ସ୍ଥାନୀୟ ଗ୍ରାମବାସୀ ଗାଡିଟି ଜବତ କରିଥିଲେ ମଧ୍ୟ ଡ୍ରାଇଭର ରାମ ଫେରାର ହୋଇ ଯାଇଥିଲା l ସେହି ଗ୍ରାମର ଗାଈ ମାଲିକ ପ୍ରଦୀପ ଜେନା ଥାନାରେ ଅଭିଯୋଗ କରିଥିଲେ l ସେହି ଅଭିଯୋଗକୁ ଭିତ୍ତି କରି ଜେନାପୁରପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମକୁ ଗିରଫ କରି କୋର୍ଟ କରାଯାଇଥିବା ଥାନା ଅଧିକାରିଣୀ ନିରୁପମା ଜେନା କହିଛନ୍ତି l

Leave a Reply

Your email address will not be published. Required fields are marked *