ବ୍ୟାସନଗର ପବ୍ଲିକ ସ୍କୁଲ ରେ ଛାତ୍ର, ଶିକ୍ଷକ ଓ ଅଭିଭାବକ ଙ୍କ ଉପସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ୟାସନଗର ପବ୍ଲିକ ସ୍କୁଲ ରେ ଛାତ୍ର, ଶିକ୍ଷକ ଓ ଅଭିଭାବକ ଙ୍କ ଉପସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର ଜିଲ୍ଲା ବ୍ୟାସନଗର ସହରର ସ୍ଥାନୀୟ ବ୍ୟାସନଗର ପବ୍ଲିକ୍ ସ୍କୁଲ ଠାରେ ପିନାକିଲ ଅଧୀନରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଏକ ଉପସ୍ଥାପନା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି l ଅଧ୍ୟକ୍ଷା ତ. ଦେବସ୍ଥିତା ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସଭାପତି ଭାରତ ଭୂଷଣ ଦେଓ, ପରିଚାଳନା କମିଟି ସଦସ୍ୟା ଉଷାମଞ୍ଜରୀ ସାହୁ, ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉଳ, ସ୍କୁଲ କାଉନସିଲର ମାହେଶ୍ୱରୀ ବେହେରା, ପିନାକିଲ ଅଧ୍ୟକ୍ଷ ଅସରଫ ଉଲ୍ ଇସଲାମ ଓ କେଲିପସ ଯୋଶୀ ଯୋଗ ଦେଇଥିଲେ l ଅଧ୍ୟକ୍ଷା ତ. ସାହୁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେସ୍ୟ ଚପଳମତି ଛାତ୍ର ଛାତ୍ରୀ ମାନଙ୍କୁ ନେତୃତ୍ୱ ଶିଖାଇବା l ଶିକ୍ଷୟତ୍ରୀ ସଂଯୋଜିକା ନିବେଦିତା ଜେନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଅର୍ପିତା ପୃଷ୍ଟି, ଜ୍ୟୋତିର୍ମୟୀ ପଲେଇ, ହିମାଦ୍ରୀ କନର, ସୁମିତ୍ରା ସାମଲ, ପ୍ରଶାନ୍ତି ଦେଓ, ଅନିତା ଖୁଣ୍ଟିଆ, କବିତା ମଲ୍ଲିକ, ଶର୍ମିଲା ଜେନା, ପ୍ରତିମା ମଲ୍ଲିକ, ଲିତୁଶ୍ରୀ ପାଲ, ଜ୍ୟୋତିର୍ମୟୀ ଧୀର, ମୀରା ପ୍ରଧାନ, ନମିତା ମହାନ୍ତି, ରିୟା କର, କାଦମ୍ବିନୀ ଦାସ ଓ ପ୍ରଶାନ୍ତ ତ୍ରିପାଠୀ, ପ୍ରଫୁଲ୍ଲ ଗୋଛାୟତ, ପ୍ରତୀକ ପାଢ଼ୀ ଙ୍କ ସମେତ ସ୍କୁଲର ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
