ବିଭିନ୍ନ ପଞ୍ଚାୟତରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ।
ରଘୁନାଥପୁର:-୧୭/୯(ପଏନଏସ)ଜସ୍ଵସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ ରଘୁନାଥପୁର ବ୍ଲକର ବିଭିନ୍ନ ପଞ୍ଚାୟତ, ସ୍କୁଲକଲେଜ ଓ ଅଙ୍ଗନୱାଡି କେନ୍ଦ୍ରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତଂଅରା ପଞ୍ଚାୟତରେ ସରପଞ୍ଚ ବଟକୃଷ୍ଣ ନାୟକ ଓ ଇଓ ସୁରତି ନାୟକଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ତାରେଣି ଗଡାରେ ୫ ଶହ ଚାରା ରୋପଣ କରାଯାଇଥିଲା।ଅନୁରୂପ ଭାବେ ରେଢ଼ୁଆ ସରପଞ୍ଚ କିଶୋର ଚନ୍ଦ୍ର ବେହେରାଙ୍କ ଉଦ୍ୟମରେ ଗହ୍ମାପୁର ଗାଦିବ୍ରହ୍ମ ପୀଠରେ ଚାରା ରୋପଣ ହୋଇଥିଲା।ଯନ୍ତ୍ରୀ ସୁବାଷ ଚନ୍ଦ୍ର ପୃଷ୍ଟି ଓ ଏଡିଇଓ ଶୁଭେନ୍ଦୁ ପଣ୍ଡା ଏଥିରେ ସହଯୋଗ କରିଥିଲେ। ରେଢୁଆ ବୃନ୍ଦାବନ ଚନ୍ଦ୍ର ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏଥିରେ ସାମିଲ ହୋଇ ଗଛ ଲଗାଇଥିଲେ।ସେହିପରି ରାଢ଼ଙ୍ଗ ବଡ ପୋଖରୀ,ପୂଜା ଓ ଜିରା ଗ୍ରାମ ଶ୍ମଶାନ ଏବଂ କଳିଙ୍ଗାରେ ସରପଞ୍ଚ ସୁଶିଳ ବାରିକ,ସମିତି ସଭ୍ୟା ପ୍ରାନ୍ତରସ୍ମି ପାଲ, ଏଡିଇଓ ଅଙ୍ଗୁରବାଳା ମହାନ୍ତି,ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ଓ ରାଢ଼ଙ୍ଗ ବିଦ୍ୟାଳୟର ପିଲାମାନେ ଗଛ ଲଗାଇଥିଲେ। ତାରପୁର ପଞ୍ଚାୟତର ବେଲବଣ ଓ ଅଚ୍ୟୁତପୁର ନଦୀ ପଠାରେ ସରପଞ୍ଚ ସୁଷମା ମଲ୍ଲିକ,ବିଦ୍ୟାଧରପୁରରେ ସରପଞ୍ଚ ସାହେଦା ତବସୁମ, ଧରାଧରପୂରରେ ସରପଞ୍ଚ ନଳିନୀପ୍ରଭା ମୁଦୁଲି,ବରାଗୋଳରେ ସରପଞ୍ଚ ଜୟନ୍ତୀ ଦାସ, ଗୁଆଳିପୁରରେ ସରପଞ୍ଚ ମନଜିନି ସାହୁ, ଅଢେଇକୁଳରେ ସରପଞ୍ଚ ରୀନା ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଚାରା ରୋପଣ କରାଯାଇଥିଲା।ସେହିପରି ଭାଜପା ଯୁବନେତା ଅଶୋକ ମହାରଣାଙ୍କ ଉଦ୍ୟମରେ କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଅରୁପାନନ୍ଦ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ କଲେଜ ପରିସରରେ ଚରା ରୋପଣ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଗୁଆଳିପୁର ସ୍ଥିତ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟ ରେ ରଘୁନାଥପୁର ବିଜେପି ତରଫରୁ ପୂର୍ବତନ ଜିଲ୍ଲାପରିଷଦ ଅଶୋକ ମହାରଣା ଙ୍କ ନେତୃତ୍ୱ ରେ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ବାର୍ଷିକି ଉପଲକ୍ଷେ ମା ପାଇଁ ଗଛ ଟିଏ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ଯୁବ ବିଜେପି କରକର୍ତ୍ତା ସଞ୍ଜୟ ସ୍ୱାଇଁ ଆଶିଷ ସାମଲ ଗଣେଶ୍ୱର ସାହୁ ଦିପ୍ତୀରଂଜନ ସାହୁ ସୌମ୍ୟରଂଜନ ଭୂଇଁଆ ଶୁଭେନ୍ଦୁ ଦାସ ଅରୁଣ କୁମାର ମଲ୍ଲିକ ସୁକାନ୍ତ ରାଉତ ଜ୍ଞାନେନ୍ଦ୍ର ସ୍ୱାଇଁ ଅମୁଲ୍ୟ ମଲ୍ଲିକ ଅନିଲ ପଟ୍ଟନାୟକ ନିହାର ଦାସ ଭଗବାନ ମଲ୍ଲିକ ବାସୁଦେବ ସେଠି ପବିତ୍ର ପଟ୍ଟନାୟକ କାଳନ୍ଦୀ ଦାସ ପ୍ରମୁଖ ଅଂଶଗ୍ରହଣ କରି କଲେଜ ପରିସରରେ ଥିବ ଖାଲିସ୍ଥାନରେ ବୃକ୍ଷରୋପଣ କରି ମୋଦିଜୀ ଙ୍କ ବାର୍ତା କୁ ସଫଳ କରିଥିଲେ ଏଥିରେ ମହାବିଦ୍ୟାଳୟ ର ଦୁଇ ଅଧକ୍ଷ ଦୟାନିଧି ରାଉତରାୟ ଓ ମୋହନ ଚରଣ ରାଉତରାୟ ଏବଂ ସହକର୍ମୀ ମାନେ ସହଯୋଗ କରିଥିଲେ ଏହାର ଅନୁରୂପ ମହେଶ୍ୱର ଉଚ୍ଚ ବିଦ୍ୟାଳୟ ଗୁଆଳିପୁର ଓ ଅନ୍ୟାନ୍ୟ ସ୍କୁଲ ଆଗନୱାଡି ରେ ଛାତ୍ର ଛାତ୍ରୀ ସରପଞ୍ଚ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବୃକ୍ଷ ରୋପଣ ରେ ସାମିଲ ହୋଇଥିଲେl
