ମାଆପାଇଁ ଗଛଟିଏ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ବାଚସ୍ପତି ସୁରମା ପାଢ଼ୀ

ଓଡ଼ଗାଁ ,୧୭-୯-୨୫ କେନ୍ଦ୍ର ସରକାର ଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ନିଜର ଜନ୍ମଦାତ୍ରୀ ମା ‘ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା ‘ର ସୁରକ୍ଷା ପାଇଁ ଗଛଟିଏ ନିଶ୍ଚୟ ଲଗାଇବା ଅବସରରେ “ଏକ ପେଡ ମାଆ କା ନାମ “କାର୍ଯ୍ୟକ୍ରମ ବୁଧବାର ଶରଣକୁଳ ଗ୍ରାମ ପଞ୍ଚାୟତ ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ସରକାରୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଶରଣକୁଳ ପରିସରରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସ୍କୁଲ ପିଲା ମାନଙ୍କ ସହିତ ଗଛ ପୋତି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି l

ଶ୍ରୀମତୀ ପାଢ଼ୀଙ୍କ ସହିତ ଓଡଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ବିଡ଼ିଓ ଜିତେନ୍ଦ୍ର କୁମାର ସାହୁ, ନୟାଗଡ଼ ବନ ଉପଖଣ୍ଡ ଅଧିକାରୀ,ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ, ସମାଜସେବୀ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ହୋଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଏହି ଅବସରରେ ଅତିଥି ମାନଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ମାଆ ପାଇଁ ଗଛଟିଏ ଲଗାଇବାକୁ ଶପଥ ପାଠ କରିଥିଲେ ଓ ବିଦ୍ୟାଳୟ ହତା ମଧ୍ୟରେ ଶତାଧିକ ଗଛ ପୋତି ଥିଲେ l

Leave a Reply

Your email address will not be published. Required fields are marked *