ରକ୍ତଦାନ ଶିବିର ମାଧ୍ୟମରେ ଅମୃତ ମହୋତ୍ସବ 2025 ପାଳନ
ଭୁବନେଶ୍ୱର, 17 ସେପ୍ଟେମ୍ବର।ଅଖିଲ ଭାରତୀୟ ତେରାପନ୍ଥ ଯୁବକ ପରିଷଦ (ଅଭାତେୟୁପ) ନିଜ ସ୍ଥାପନା ଦିବସରେ ପୁଣିଥରେ ସେବା ଓ ସମର୍ପଣର ଅଦ୍ଭୁତ ଉଦାହରଣ ପ୍ରଦାନ କରିଛି। ସେପ୍ଟେମ୍ବର 17 ତାରିଖରେ ଦେଶ ଓ ବିଦେଶର 362ଟି ଶାଖା ମାଧ୍ୟମରେ ପରିଷଦ ସହସ୍ରାଧିକ ରକ୍ତଦାନ ଶିବିର ଏକାସାଥିରେ ଆୟୋଜନ କରି ରକ୍ତଦାନ ଅମୃତ ମହୋତ୍ସବ 2025 ପାଳନ କଲା। ଏହି ବିଶାଳ ଆୟୋଜନ ସମାଜରେ ମାନବତାର ଏକ ନୂଆ ମିସାଲ ସୃଷ୍ଟି କରିଥିବା ସହିତ ରକ୍ତଦାନ କ୍ଷେତ୍ରରେ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ କରିଛି।ବିଶ୍ୱ ରେକର୍ଡର ପରମ୍ପରା ଜାରିଅଭାତେୟୁପ ପୂର୍ବରୁ ମଧ୍ୟ ଦୁଇଥର ରକ୍ତଦାନ କ୍ଷେତ୍ରରେ ବିଶ୍ୱ ରେକର୍ଡ ନିଜ ନାମରେ ଲେଖାଇଛି। ଏଥରେ ମଧ୍ୟ ପରିଷଦର ଦାବି ଯେ, ଏକେ ଦିନରେ ଏତେ ବଡ଼ ପାଇକାରେ ହଜାର ଶିବିର ଲଗାଇ ନୂତନ ଇତିହାସ ରଚିତ ହୋଇଛି। ଏହି ଅଭିଯାନର ନେତୃତ୍ୱ ଜାତୀୟ ଅଧ୍ୟକ୍ଷ ରମେଶ ଡାଗା କରିଥିଲେ।ଭାରତ ସରକାରର ସହଭାଗୀତାଏହି ମହାଅଭିଯାନକୁ ଭାରତ ସରକାରର ସହଯୋଗ ମିଳିଲା।

ବିଶେଷତଃ ସରକାର ପରିଷଦକୁ ନିଜ ଅଶୋକଚିହ୍ନ ଲୋଗୋ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ, ଯାହା ପରିଷଦର ବିଶ୍ୱସନୀୟତା ଓ ଅଭିଯାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଲା।ଭୁବନେଶ୍ୱରରେ ଉତ୍ସାହରାଜଧାନୀ ଭୁବନେଶ୍ୱରରେ ତେରାପନ୍ଥ ଯୁବକ ପରିଷଦର ପକ୍ଷରୁ ମୋଟ 14ଟି ରକ୍ତଦାନ ଶିବିର ଲଗାଯାଇଥିଲା। ଏହି ଶିବିରଗୁଡ଼ିକରେ ରେଡ୍ କ୍ରସ ଓ କ୍ୟାପିଟାଲ ହସ୍ପିଟାଲର ସହଯୋଗ ଥିଲା। ହଜାର ହଜାର ଲୋକ ରକ୍ତଦାନ ପାଇଁ ଆଗକୁ ଆସି ସମାଜସେବାର ଅଂଶ ହୋଇଥିଲେ।ବିଭିନ୍ନ ସଂଗଠନର ଅଂଶଗ୍ରହଣଏହି ଶିବିରଗୁଡ଼ିକରେ ପରିଷଦର ସଦସ୍ୟମାନେ ମାତ୍ର ନୁହେଁ, ସହରର ବହୁ ସାମାଜିକ ସଂଗଠନର ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ। ସମସ୍ତେ ଉତ୍ସାହର ସହିତ ରକ୍ତଦାନ କରି ମାନବତାର ଏହି ମହାଅଭିଯାନରେ ଯୋଗଦେଇଥିଲେ।

ସମାଜସେବାର ସନ୍ଦେଶଅଭାତେୟୁପର ମତ ଅନୁସାରେ, ରକ୍ତଦାନ ଠାରୁ ବଡ଼ କୌଣସି ଦାନ ନାହିଁ, ଏବଂ ସମାଜକୁ ସୁସ୍ଥ ରଖିବା ପାଇଁ ଯୁବମାନଙ୍କ ଆଗକୁ ଆସିବା ସମୟର ଆବଶ୍ୟକତା। ଏହି ଆୟୋଜନ ମାଧ୍ୟମରେ ପରିଷଦ ନିଜର ସେବା, ସଂସ୍କାର ଓ ସଂଗଠନ ଧ୍ୟେୟକୁ ସମାଜରେ ପ୍ରତିଷ୍ଠିତ କରିବାରେ ଏକ ନୂଆ ଆୟାମ ସ୍ଥାପନ କରିଛି। ଏହି ଶିବିରକୁ ସଫଳ କରିବାରେ ତେରାପନ୍ଥ ସଭା, ମହିଳା ମଣ୍ଡଳ, କନ୍ୟା ମଣ୍ଡଳ ନିଜର ଦାୟିତ୍ୱ ପାଳନ କରିଥିଲେ।
