ପୁରୀ ରେ ୬୯ ତମ ବିଦ୍ୟାଳୟ ସମୂହ ମୁଷ୍ଟି ଯୁଦ୍ଧ
ପୁରୀ ରେ ୬୯ ତମ ବିଦ୍ୟାଳୟ ସମୂହ ମୁଷ୍ଟି ଯୁଦ୍ଧ, ବ୍ୟାୟାମ ବିଦ୍ୟା ଓ ମାଲ୍ ଖମ୍ବ ଉଦ୍ଘାଟିତ ତା- ୧୮-୯-୨୫ ରିଖ ପୁରୀ ଜିଲ୍ଲା ସ୍କୁଲ ପରିସରରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ଦ୍ଵାରା ଓ ପୁରୀ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଆନୁକୁଲ୍ୟରେ ୬୯ତମ ଓଡ଼ିଶା ରାଜ୍ୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ବାଳକ,ବାଳିକା ମାନଙ୍କ ପ୍ରତିଯୋଗିତା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୁଷଣ ସମରଥ ଙ୍କ ସଭାପତିତ୍ବରେ ଉଦ୍ଘାଟିତ ହୋଇଛି। ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସପନ କୁମାର ଜେନା ଯୋଗଦେଇ ସର୍ବ ଭାରତୀୟ ସ୍ତରରେ ଉତ୍କର୍ଷ କ୍ରୀଡ଼ା ପ୍ରଦର୍ଶନ କରି ଓଡିଶା ପାଇଁ ଗୌରବ ଆଣିବାକୁ ଆଶୀର୍ବଚନ ପ୍ରଦାନ କରିଥିଲେ। ସହକାରୀ ନିର୍ଦ୍ଧେଶକ ଶାରିରୀକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଜ୍ୟୋତି ପ୍ରସାଦ ପରିଡା ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ ସହ ଜାତୀୟ ସ୍ତରରେ ଓଡ଼ିଶାରୁ ୩୨ ଗୋଟି କ୍ରୀଡ଼ା ଶୃଙ୍ଖଳା ଓ କ୍ରୀଡାବିତ୍ ମାନକୁ ଉଚ୍ଚ କୋଟିର ସୁବ୍ୟବସ୍ଥା ସହ ଜାତୀୟ ସ୍ତରକୁ ପ୍ରତିନିଧିତ୍ଵ କରିବେ ବୋଲି ପ୍ରକାଶ କରିଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦ୍ଵିତୀକାନ୍ତ ପ୍ରଧାନ ପୁରୀ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ବାଗତ ପୂର୍ବକ କ୍ରୀଡାବିତ୍ ମାନଙ୍କୁ କ୍ରୀଡ଼ାରେ ଭବିଷ୍ୟତ ସୃଷ୍ଟିପାଇଁ ଆହ୍ବାନ ଦେଇଥିଲେ, ସେହିପରି ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଧେଶକ ଶାରୀରିକ ଶିକ୍ଷା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ସାମ୍ପ୍ରତିକ ପରିସ୍ଥିତିରେ କ୍ରୀଡ଼ାକୁ ଜୀବିକା କରିବା ଓ ଓଡ଼ିଶା ବିଦ୍ୟାଳୟ ସମୂହର କ୍ରମାଗତ କ୍ରୀଡ଼ା ବିକାଶ କୁ ସ୍ବାଗତ ଜଣାଇ ନବାଗତ ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଅଜୟ ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ,ସୁନ୍ଦରଗଡ଼ ଜୟନ୍ତ କୁମାର ରାୟ ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଜଗତସିଂପୁର ,ରାମକୃଷ୍ଣ ବେହେରା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ କେନ୍ଦୁଝର ଓ କ୍ରୀଡ଼ା ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ବିଦ୍ୟାଧର ପ୍ରଧାନ ଯୋଗଦେଇ କ୍ରୀଡାବିତ୍ ମାନଙ୍କୁ ସଫଳତାର ଆହ୍ବାନ ସହ ସଭା ସ୍ଥଳକୁ ରୁଦ୍ଧିମନ୍ତ କରିଥିଲେ। ସଭାଧ୍ଯକ୍ଷ ଶ୍ରୀ ସମରଥ ଶିକ୍ଷା ଓ କ୍ରୀଡ଼ାର ସହଭାଗିତା ଗୁରୁତ୍ଵ ଦେଇ ସୁସ୍ଥ ସମାଜ ପାଇଁ ସୁସ୍ଥ ଶରୀର ଆବଶ୍ୟକ ତାହା ହେଉଛି ବ୍ୟାୟାମ ଓ ଓଡ଼ିଶାରେ ବିଦ୍ୟାଳୟ କ୍ଷେତ୍ରରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡାବିତ୍ ଓ ଶାରିରୀକ ଶିକ୍ଷା ଶିକ୍ଷକ ମାନଙ୍କ ଭୂମିକା କୁ ଗୁରୁତ୍ଵ ଦେଇଥିଲେ। ଓଡ଼ିଶା ର ୭ ଗୋଟି ଜିଲ୍ଲା ରୁ ୧୫୦ ଜଣ କ୍ରୀଡାବିତ୍, ୩୦ ଜଣ ପ୍ରଶିକ୍ଷକ ଓ ୫୦ ଜଣ ବୈଷୟିକ ଅଧିକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ବୋଲି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାକୁ ଶାରିରୀକ ଶିକ୍ଷା ଶିକ୍ଷକ ସୂର୍ଯୟନାରାୟଣ ଜେନା ପରିଚାଳନା କରିଥିଲେ।
