ଟିକିତାରା ଦେଖିଲେଖ ପ୍ରତିଯୋଗିତା
ପୁରୀ:୧୯/୯: ସ୍ଥାନୀୟ ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶ୍ରେଣୀ ଓ୍ୱାରି ଦେଖିଲେଖ ପ୍ରତିଯୋଗିତା ଅନୁଷ୍ଠିତ ସୋଇଯାଇଛି। ବରିଷ୍ଠ ଶିକ୍ଷୟିତ୍ରୀ ଶର୍ମିଷ୍ଠା ବରାଳଙ୍କ ତତ୍ତ୍ୱାବଧାନରେ ମନସ୍ବିନୀ ମିଶ୍ର, ସୁଜାତା ଧଳ, ମାହେସ୍ମିତା ପ୍ରଧାନ ଏବଂ କୋକିଳ ସେଠୀ ଏହି ପ୍ରତିଯୋଗିତା ପରିଚାଳନା କରିଥିଲେ। ଷଷ୍ଠ ଶ୍ରେଣୀର ଭାଗ୍ୟଶ୍ରୀ ବେହେରା, ସ୍ଵର୍ଣ୍ଣମୟୀ ପଣ୍ଡା, ଶ୍ରୀୟା ଓଝା, ୭ମ ଶ୍ରେଣୀର ଆଦ୍ୟାଶା ସାହୁ, ଆଲିଆ ପ୍ରିୟଦର୍ଶିନୀ, ସାଇ ସ୍ମୃତି ସ୍ୱ।ଇଁ, ୮ମ ଶ୍ରେଣୀର ସୋମ୍ୟା ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି, କାବେରୀ ମହାପାତ୍ର,

୯ମ ଶ୍ରେଣୀର ସ୍ୱପ୍ନା ଭୋଇ, ରାଣୀ ଵେଜ, ଶୁଭଶ୍ରୀ ମହାପାତ୍ର,୧୦ମ ଶ୍ରେଣୀର ଶୁଭଶ୍ରୀ ପୃଷ୍ଟି, ସୋନାଲୀ ବେହେରା, ମୋନାଲିସା ବାରିକ ଯଥାକ୍ରମେ ୧ମ, ୨ୟ ଏବଂ ୩ୟ ସ୍ଥାନ ଅଧିକାର କରି ପ୍ରମାଣପତ୍ର ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଶିକ୍ଷାବିତ ଶ୍ରୀମତୀ ରେଣୁକା ମିଶ୍ର। ସମ୍ପାଦକ ବିପିନ ବିହାରୀ ଦଳାଇ ଲେଖିବା ଶୈଳୀ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ।
