ପୁରୀର ପେଣ୍ଠକଟା ରେ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳନ।

ତାରିଖ- ୨୦/୦୯/୨୦୨୫ପ୍ରତିବର୍ଷ,ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଏ।ଏହା ଦ୍ୱାରା ସାମାଜିକ ସଚେତନତା ବୃଦ୍ଧି ପାଇଥାଏ। ଆମର ସମୁଦ୍ର ଏବଂ ବେଳାଭୂମି ଅଞ୍ଚଳକୁ ସଫା କରିବା ପାଇଁ ପ୍ରେରଣାଦାୟକ କାର୍ଯ୍ୟ କରାଯାଇଥାଏ। ଏବେ ପ୍ଲାଷ୍ଟିକ୍ ସବୁଠାରୁ ଭୟଙ୍କର ବର୍ଜ୍ୟବସ୍ତୁ ରୂପେ ଦେଖା ଯାଉଛି।ପ୍ରତିବର୍ଷ ହଜାର ହଜାର ଟନ୍ ଅଳିଆ ସମୁଦ୍ରକୁ ଯାଉଛି, ଯାହାର ଅତି କମରେ 60% ପ୍ଲାଷ୍ଟିକ୍ ସାମଗ୍ରୀ । ସାମୁଦ୍ରିକ ମତ୍ସ୍ୟଜୀବୀ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁ ଭିତରୁ ପ୍ଲାଷ୍ଟିକ ଜାଲ ସମୁଦ୍ର ରେ ନାହିଁ ନଥିବା କ୍ଷତି କରିଥାଏ।ପୁରୀର ଏକ ସ୍ଥାନୀୟ ସଂଗଠନ ଭାବରେ ସ୍ପନ୍ଦନ ପେଣ୍ଠକଟା ରେ ପୁରୀର ମହିଳା ସାମୁଦ୍ରିକ ମତ୍ସ୍ୟଜୀବୀ ସମ୍ପ୍ରଦାୟର ମହାସଂଘ ସହିତ ଏହି ଦିବସ ପାଳନ କରିଥିଲେ। HCL ଫାଉଣ୍ଡେସନ୍ ଏବଂ ପୁରୀ ପୌରପାଳିକା ସହିତ ଭାରତୀୟ ତଟରକ୍ଷୀ ବାହିନୀ ଅନ୍ୟତମ ଆୟୋଜକ ହିସାବରେ ଅଂଶଗ୍ରହଣ କରିଥିଲେ। ଏଥିରେ ପେଣ୍ଠକଟା ରୁ 500 ରୁ ଅଧିକ ମହିଳା ଏବଂ ପୁରୁଷ ସଦସ୍ୟ ଅଂଶଗ୍ରହଣ କରିଥିଲେ ଏବଂ ବେଳାଭୂମି ସଫାଈ କାର୍ଯ୍ୟକ୍ରମ କୁ ଆଗକୁ ନେଇଥିଲେ।ପ୍ରାରମ୍ଭିକ କାର୍ଯ୍ୟକ୍ରମର ପୁରୀର ସାଂସଦ ଡକ୍ଟର ସମ୍ବିତ ପାତ୍ର ଏବଂ ପୂର୍ବତନ ସାଂସଦ ଶ୍ରୀମତୀ ଜୟପ୍ରଦା ଯୋଗ ଦେଇଥିଲେ। ସେମାନେ ବର୍ତମାନ ଏକ ପ୍ରମୁଖ ସମସ୍ୟା ରୂପେ ସାମୁଦ୍ରିକ ଅଳିଆ ଆବର୍ଜନା କୁ ଚିହିଁତ କରିଥିଲେ । ଏ ଦିଗ ରେ HCL ଫାଉଣ୍ଡେସନ ଏବଂ ସ୍ପନ୍ଦନ ର ମିଳିତ ସହଯୋଗ ରେ ମସ୍ତ୍ୟଜୀବୀ ଗୋଷ୍ଟି ର ମହିଳା ମାନଙ୍କୁ ନେଇ କରାଯାଉଥିବା କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲ। ଏହି ଅବସରରେ ଅନ୍ୟତମ ଅତିଥି ରାଜ୍ୟସଭା ସାଂସଦ ଏବଂ MoEFCCର କେନ୍ଦ୍ରୀୟ କମିଟି ସଦସ୍ୟ ଶ୍ରୀଯୁକ୍ତ ସୁଭାଶିଷ ଖୁଣ୍ଟିଆ ବେଳାଭୂମି ସଫାଈ ଦିବସ ର ଇତିହାସ ଓ ଗୁରୁତ୍ୱ ବିଷୟରେ ବୁଝାଇ

ଥିଲେ। ସେ ସମସ୍ତ ଲୋକଙ୍କୁ ସାମୁଦ୍ରିକ ଅଳିଆ ଆବର୍ଜନାର ପ୍ରଭାବ ହ୍ରାସ କରିବା ପାଇଁ ବିଭିନ୍ନ ସ୍ତରରେ ମିଳିତ ସହଯୋଗ କରିବାକୁ ଆହ୍ୱାନ କରିଥିଲେ। ଭାରତ ର ବିଭିନ୍ନ ସାମୁଦ୍ରିକ ଉପଖଣ୍ଡ ରେ ଏହି ସମସ୍ୟାକୁ ହ୍ରାସ କରିବା ପାଇଁ HCL ଫାଉଣ୍ଡେସନ-ହରିତ କାର୍ଯ୍ୟ କୁ ପ୍ରଶଂସା କରାଯାଇ ଏହାର ନିର୍ଦେଶକ ଡକ୍ଟର ସାନ୍ତନୁ ବସୁଙ୍କୁ ସମ୍ମାନିତ କରାଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀର ଡେପୁଟି କମାଣ୍ଡାଣ୍ଟ ଭାରତ ପାଲିୱାଲ ଏହି ଅଭିଯାନରେ ଦ୍ଵିତୀୟ ବର୍ଷ ପାଇଁ ଅଂଶଗ୍ରହଣ କରିପାରିଥିବାରୁ ନିଜର ସନ୍ତୋଷ ଅଭିବ୍ୟକ୍ତ କରିଥିଲେ। ପୁରୀର ଜିଲ୍ଲା ସଭାପତି ଡକ୍ଟର ଦେବେନ୍ଦ୍ର ତରାଇ, HCL ଫାଉଣ୍ଡେସନର ଶ୍ରୀ ରବି ଶର୍ମା ଏବଂ ସେଲକୋ ଫାଉଣ୍ଡେସନର ଶ୍ରୀଯୁକ୍ତ ସଞ୍ଜୟ ତ୍ରିପାଠୀ ଅନ୍ୟତମ ନିମନ୍ତ୍ରିତ ବ୍ୟକ୍ତିବିଶେଷ ଥିଲେ। ସ୍ପନ୍ଦନ ଦ୍ୱାରା ପ୍ଲାଷ୍ଟିକ୍ ଆବର୍ଜନାରୁ ତିଆରି ହସ୍ତଶିଳ୍ପର ଏକ ପ୍ରଦର୍ଶନୀକୁ ଶ୍ରୀମତୀ ଜୟପ୍ରଦା ଉଦଘାଟନ କରିଥିଲେ। ସ୍ପନ୍ଦନ ଅଧ୍ୟକ୍ଷା ବର୍ଷାରାଣୀ ମିଶ୍ରଙ୍କ , ଦୁର୍ଗା ଦେ, ସଭାନେତ୍ରୀ ବି. ଗୁରାମ୍ମା ଏବଂସ୍ପନ୍ଦନ ର ଅନ୍ୟାନ୍ୟ ସଦସ୍ୟ ମାନେ ବେଳାଭୂମି ସଫାଈ କାର୍ଯ୍ୟକ୍ରମ କୁ ମିଳିତ ରୂପେ ଆୟୋଜନ କରିଥିଲେ।

Leave a Reply

Your email address will not be published. Required fields are marked *