ସ୍ବଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ।
ରଘୁନାଥପୁର:-୨୦/୯:-ରଘୁନାଥପୁର ବ୍ଲକ ସଭାକକ୍ଷରେ ବ୍ଲକସ୍ତରୀୟ ସ୍ବଚ୍ଛତା ହିଁ ସେବା ଏବଂ ପରିମଳ ସମ୍ବନ୍ଧୀୟ ଏକ ଦିବସୀୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛିଏହିକା ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପୁର ସରପଞ୍ଚ ଜଗବନ୍ଧୁ ମଲ୍ଲିକ ସହ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ,କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିମଳ ବିଭାଗ କର୍ମଚାରୀ ଯୋଗଦେଇଥିଲେ।ମୁଖ୍ୟ କିରାଣୀ ବିଜୟ କୁମାର ମଲ୍ଲିକ,ଆକାଉଣ୍ଟ ଅଫିସର ବୈରାଗୀ ଚରଣ ସେଠି ଓ ବିଆରସି ଇତିସ୍ମିତା ବିଶ୍ବାଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜନ ପ୍ରତିନିଧିମାନେ ସେମାନଙ୍କ ପଞ୍ଚାୟତରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଇ ସମାଜରେ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ତାଲିମ ପ୍ରଦାନ କରାଯାଇଥିଲା।ଏହାଛଡା ପ୍ରତ୍ୟେକ ପରିବାରରେ ଉତ୍ତମ ପରିମଳ ବ୍ୟବସ୍ଥା ଓ ବାହାର ପରିବେଶକୁ ମଳମୁକ୍ତ ରଖିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦିଆଯାଇଥିଲା।ପରେ ବ୍ଲକ ପରିସରକୁ ସଫେଇ କରାଯାଇଥିଲା।
