ସାଗର ଲହରୀ ସମ ସିନ୍ଧାନ୍ତ ଯେ
ଶୀର୍ଷକ _ସିଦ୍ଧାନ୍ତ
ରୀତାରାଣୀ ଦାଶ
ବାଲେଶ୍ୱର
ସାଗର ଲହରୀ ସମ ସିନ୍ଧାନ୍ତ ଯେ
ମର୍ମେ ଭାବନା ସାଥିରେ
ଅସଂଖ୍ୟ ବିଚାରେ ନୂତନ ଦିଗରେ
ମେଘ ସଦୃଶ ନଭରେ
ନିର୍ଣ୍ଣୟ ସ୍ପଷ୍ଟ ସୁପଥ,
ହୃଦୟେ ସୃଜନ ସଂଘର୍ଷ ଆଗମେ
ଆହ୍ୱାନ ସାଜେ ଶପଥ |
ବାହ୍ୟ ପରିସ୍ଥିତି କେତେକ ସ୍ଥଳରେ
ପ୍ରଭାବିତ କରି ଗଢେ
ତର୍କ ଭାବନାର ଅପୂର୍ବ ମିଳନେ
ସିନ୍ଧାନ୍ତ ଆଗକୁ ବଢେ
ଚିତ୍ରକରର ମୁଖ୍ୟ ସ୍ରୋତ,
ଅଜଣା ଅମୂଲ୍ୟ ସ୍ଥିରତା ଆଚରି
ତୂଳୀ ରଂଗେ ଭବିଷ୍ୟତ |
ଆପଦେ ବିପଦେ ସନ୍ତୁଳିତ ସ୍ଥିତି
ମସ୍ତିଷ୍କ କରଇ ଉଚ୍ଚ
ସମୟ ପ୍ରଭାବେ ପରିସ୍ଥିତି ଚାପେ
ସିନ୍ଧାନ୍ତ ହୁଏନା ନୀଚ
ସିଦ୍ଧାନ୍ତରେ ଆତ୍ମବିଶ୍ୱାସ,
ସଫଳତା ଅବା ଅସଫଳ ହେଉ
ଗମିବାରେ ଯେ ସାହସ |
ହୃତପିଣ୍ଡ ଆଉ ମସ୍ତିଷ୍କ ବିଚାର
ଅମୂଲ୍ୟ ପରାମର୍ଶରେ
ମାର୍ଗ ଦର୍ଶନର ମହା ମୁହୂର୍ତ୍ତର
ଖେଳ ଯେ ପରିସ୍ଥିତିରେ
ଜୀବନ ଅମୂଲ୍ୟ ବିଧାନ,
ଅନନ୍ୟ ପ୍ରତିଭା ଜୀବନ ନାଟକେ
ଅଭିନୟରେ ନିପୁଣ |
ଉନ୍ମୁକ୍ତ ଉପାୟ ପସନ୍ଦ, ଗଠନ
ସିଦ୍ଧାନ୍ତ ଅମୂଲ୍ୟ ନିଧି
ଅଟଳ ଅଚଳ ଜୀବନ ଯୁଦ୍ଧରେ
ସ୍ଥିରତାରେ ମିଳେ ଶାନ୍ତି
ଲକ୍ଷସ୍ଥଳ ସ୍ଥିର ନିଶ୍ଚିତ,
କର୍ତ୍ତବ୍ୟ ଦାୟିତ୍ୱ ପ୍ରତିପାଦନରେ
ବିଜୟ ତ ସୁନିଶ୍ଚିତ |
